ସଲମାନଙ୍କ ପାଖରେ ଟଙ୍କା ନାହିଁ । ଏପରିକି ନିଜ ପାଇଁ ଘର ଖଣ୍ଡେ କିଣିବା ପାଇଁ ମଧ୍ୟ ସମର୍ଥ ନୁହଁନ୍ତି ଭାଇଜାନ୍ । ଏକଥା ଆଉ କେହି ନୁହେଁ ନିଜେ ସଲମାନ୍ କହିଛନ୍ତି । ଏକ ସାକ୍ଷାତକାରରେ ଏପରି କିଛି କହି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କହିଛନ୍ତି ବଲିଉଡର ଏହି ଦବଙ୍ଗ୍ ହିରୋ ।
ନିକଟରେ ଫୋର୍ବ୍ସ ସବୁଠାରୁ ଅଧିକ ଆୟ କରୁଥିବା ୧୦୦ ଅଭିନେତାଙ୍କ ତାଲିକା ପ୍ରକାଶ କରିଥିଲା । ଯେଉଁଥିରେ ସ୍ଥାନ ପାଇଥିଲେ ବଲିଉଡ୍ ଭାଇଜାନ୍ । କିନ୍ତୁ ଯେତେବେଳେ ଏନେଇ ତାଙ୍କୁ ପ୍ରଶ୍ନ ପଚାରାଗଲା ସେତେବେଳେ ସେ କହିଥିଲେ , ‘ମୁଁ ଜାଣିନି ଫୋର୍ବ୍ସ କାହିଁକି ଏହି ତାଲିକରେ ମତେ ସାମିଲ୍ କରିଛନ୍ତି । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ମୋଠାରୁ ବି ଅଧିକ ଟଙ୍କା ଅଛି । ମୁଁ ତ ଏଯାଏଁ ନିଜ ପାଇଁ ଏକ ଘର କିଣିବାକୁ ସମର୍ଥ ହୋଇନାହିଁ’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/salman-khan.jpg)