ବଲିଉଡ୍ ଅଭିନେତ୍ରୀ ତଥା ଡ୍ୟାନ୍ସର ରାକ୍ଷୀ ସାୱନ୍ତ ନିଜ ବୋଲ୍ଡନେସ୍ ଏବଂ କଣ୍ଟ୍ରୋଭର୍ସିକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି । ତେବେ ବର୍ତ୍ତମାନ ରାକ୍ଷୀ ପୁଣିଥରେ ସୋସିଆଲ୍ ମିଡିଆରେ କିଛି ଏଭଳି ଫଟୋ ସେୟାର୍ କରି ଲାଇମ୍ ଲାଇଟକୁ ଆସିଯାଇଛନ୍ତି । ସୋସିଆଲ୍ ମିଡିଆରେ ସକ୍ରିୟ ରହୁଥିବା ରାକ୍ଷୀ ପାକିସ୍ତାନ ପତାକାକୁୁ ଓଢଣୀ ଭଳି ପକାଇ ପୋଜ୍ ଦେଇ ଏକ ଫଟୋ ସେୟାର୍ କରିଛନ୍ତି । ଏହି ଫଟୋକୁ ନେଇ ତାଙ୍କୁ ୟୁଜର୍ସ ଖୁବ୍ ଟ୍ରୋଲ୍ କରିଛନ୍ତି । ତେବେ ଏହି ଫଟୋ ସେୟାର୍ କରି ସେ ଭାରତକୁ ଭଲ ପାଉଥିବା କଥା ମଧ୍ୟ କହିଛନ୍ତି ।
ରାକ୍ଷୀ ନିଜ ଆଗାମୀ ସିନେମା ଧାରା-୩୭୦ ର ସୁଟିଂକୁ ନେଇ ଏବେ ବ୍ୟସ୍ତ ରହିଛନ୍ତି । ଏଭଳି ସ୍ଥିତିରେ ସେ ସେଟରୁ ଏଭଳି ଫଟୋ ପୋଷ୍ଟ୍ କରି ଲେଖିଛନ୍ତି ଆଇ ଲଭ୍ ମାଇ ଇଣ୍ଡିଆ ଏହି ଫଟୋ ମୋ ଫିଲ୍ମ ଧାରା-୩୭୦ ସୁଟ୍ କରିବା ସମୟରେ ମୋ ଚରିତ୍ରର ଫଟୋ । ତେବେ ଏହି ଫଟୋରେ ରାକ୍ଷୀ ସୁୁନେଲି ଏବଂ ଲାଲ୍ ରଙ୍ଗର ବେଲି ଡ୍ୟାନ୍ସ କଷ୍ଟ୍ୟୁମ୍ ପିନ୍ଧିଥିବା ନଜର ଆସୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/rakhi-sawant.jpg)