କନକ ବ୍ୟୁରୋ : ବାନ୍ଦ୍ରା ପୁଲିସ ଥାନାରେ ହାଜର ହେଲେ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ଭଉଣୀ ରଙ୍ଗୋଲୀ । ଦେଶଦ୍ରୋହ ମାମଲାରେ ଜେରା ପାଇଁ ଆଜି ଏମାନେ ଥାନାରେ ହାଜର ହୋଇଥିଲେ । ୱାଇ ଶ୍ରେଣୀ ସୁରକ୍ଷା ଭିତରେ କଙ୍ଗନା ଓ ରଙ୍ଗୋଲୀ ବାନ୍ଦ୍ରା ପୁଲିସ ଥାନାରେ ପହଁଚିଥଲେ । ପୂର୍ବରୁ ବାନ୍ଦ୍ରା ପୁଲିସ ଜେରା ପାଇଁ ୩ ଥର ସମନ ଦେଇଥିଲେ ସୁଦ୍ଧା ଏମାନେ ହାଜର ହୋଇନଥିଲେ ।
ଅନ୍ୟପଟେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଙ୍ଗନା । ଆବେଦନ ଉପରେ ଶୁଣାଣୀ କରି କୋର୍ଟ ଏମାନଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥିଲେ ଓ ଜାନୁଆରୀ ୮ ରେ ପୁଲିସ ନିକଟରେ ହାଜର ହେବାକୁ କହିଥିଲେ । କାଷ୍ଟିଂ ଡିରେକ୍ଟର ତଥା ଫିଟନେସ ଟ୍ରେନର ମୁନ୍ନର ଅଲ୍ଲୀ ସୟଦ ଅକ୍ଟୋବର ମାସରେ ଏକ ଅଭିଯୋଗ କରିବା ପରେ ବାନ୍ଦ୍ରା ପୁଲିସ ମାମଲା ଦାଏର କରିଥିଲା ।
ସୋସିଆଲ ମିଡିଆରେ କଙ୍ଗନା ଓ ରଙ୍ଗୋଲୀ ସାମ୍ପ୍ରଦାୟିକ ହିଂସାକୁ ଉସକାଇବା ଭଳି ମନ୍ତବ୍ୟ ରଖୁଥିବା ଓ ଘୃଣା ସୃଷ୍ଟି କରୁଥିବା ପୋଷ୍ଟ କରୁଥିବା ଅଭିଯୋଗ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/kangana-ranaut-sister-rangoli-chandel-snapped-at-bandra-police-station-002.jpg)