ପ୍ରେମିକା ସହ ସ୍ୱାମୀଙ୍କୁ ଧରିଲେ ବୋଲି ସ୍ତ୍ରୀ ଉପରେ କାର ଚଢାଇ ଦେଲେ ଫିଲ୍ମ ପ୍ରଡ୍ୟୁସର । ସିସିଟିଭିରେ ଘଟଣା କଏଦ୍

ପ୍ରେମିକା ସହ ସ୍ୱାମୀଙ୍କୁ ଧରିଲେ ବୋଲି ସ୍ତ୍ରୀ ଉପରେ କାର ଚଢାଇ ଦେଲେ ଫିଲ୍ମ ପ୍ରଡ୍ୟୁସର । ସିସିଟିଭିରେ ଘଟଣା କଏଦ୍

କନକ ବ୍ୟୁରୋ: ଅନେକ ଥର ସେଲିବ୍ରେଟିମାନଙ୍କର ଏହିପରି ଘଟଣା ସାମ୍ନାକୁ ଆସେ, ଯାହା କେବଳ ବିଶ୍ୱାସ କରିବା କଷ୍ଟକର ନୁହେଁ ବରଂ ସେମାନେ ପ୍ରଶଂସକମାନଙ୍କୁ ଆଘାତ ମଧ୍ୟ ଦିଅନ୍ତି । ଏହିପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା କମଲ କିଶୋର ମିଶ୍ର ପ୍ରେମିକା ପାଇଁ ତାଙ୍କ ସ୍ତ୍ରୀଙ୍କୁ କାର୍ ଚଢାଇ ହତ୍ୟା କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି।

ରିପୋର୍ଟ ଅନୁଯାୟୀ, ପ୍ରଡ୍ୟୁସରଙ୍କ ସ୍ତ୍ରୀ ତାଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ କାର ଭିତରେ ରୋମାଣ୍ଟିକ ମୁଡରେ ଦେଖିଥିଲେ । କାରର କାଚ ବାଡେଇବା ସହ ତାଙ୍କ ସହ କଥା ହେଉଥିବା ବେଳେ ପ୍ରଡ୍ୟୁସର କିଶୋର ମିଶ୍ରା ହଠାତ୍ ଜୋରରେ କାର ଷ୍ଟାର୍ଟ କରିବା ସହ ତାଙ୍କୁ ଧକ୍କା ଦେଇଥିଲେ । କେବେଳ ଏତିକି ନୁହେଁ ତାଙ୍କ ଉପରେ କାର ଚଢାଇ ଦେଇଥିଲେ । ମୁମ୍ବାଇ ଅନେ୍ଧରୀ ପଶ୍ଚିମ ଇଲାକାରେ ଏହି ଘଟଣା ଘଟିବା ନେଇ କୌଣସି ସୂତ୍ରରୁ ଜାଣିବା ପରେ ଗୁରୁତର ଅବସ୍ଥାରେ ପ୍ରଡ୍ୟୁସରଙ୍କ ସ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ପ୍ରଡ୍ୟୁସରଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଅଧିନରେ ମାମଲା ଦାଏର କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe