କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସହ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢାଙ୍କ ଡେଟିଂ ଖବର ତ ଶୁଣିବାକୁ ମିଳୁଥିଲା । ଏବେ ଦୁହିଁଙ୍କ ନିର୍ବନ୍ଧ ମଧ୍ୟ ଶେଷ ହୋଇଛି । ଖୁବ ଶୀଘ୍ର ଦୁହିଁଙ୍କ ବିବାହ ଅନୁଷ୍ଠିତ ହେବ ବୋଲି ଶୁଣିବାକୁ ମିଳୁଛି ।

Advertisment

ସୂଚନା ମୁତାବକ, ଦୁହିଁଙ୍କ ସମ୍ପର୍କୀୟ ଓ ପରିବାର ଲୋକଙ୍କ ଉପସ୍ଥିତିରେ ନିର୍ବନ୍ଧ ହୋଇଛି । କୁହାଯାଉଛି ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଦୁହିଁଙ୍କ ବିବାହ ହେବ । ଏହି ସମୟରେ ପରିଣୀତିଙ୍କ ସମ୍ପର୍କୀୟ ଭଉଣୀ ତଥଶ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଖୁବ୍ ଶୀଘ୍ର ଷ୍ଟ୍ରିମିଙ୍ଗ ସିରିଜ୍ ‘ସିଟାଡେଲ’ରେ ଦେଖିବାକୁ ମିଳିବେ । ଅକ୍ଟୋବର ଶେଷ ସପ୍ତାହରେ ଜିୟୋ ମାମି ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବାକୁ ପ୍ରିୟଙ୍କା ଭାରତ ଆସିବାର ଯୋଜନା ରହଛି । ଏହି ସମୟରେ ପରିଣୀତି ଓ ରାଘବଙ୍କ ବିବାହ ଅନୁଷ୍ଠିତ ହେବାର ସୂଚନା ରହିଛି ।