“ମେରା ଭୋଲା ହେ ଭଣ୍ଡାରୀ” ଗୀତ ଗାଇ ଲୋକପ୍ରିୟ ହୋଇଥିବା ଏହି ଗାୟକ ଅର୍ଥ ଅଭାବରୁ ଅଧାରୁ ଛାଡିଥିଲେ ପାଠପଢା ମାଜିଥିଲେ ବାସନ ,ଆଜି ବଲିଉଡରେ ଗାଉଛନ୍ତି ଗୀତ !

1,112

ସନ୍ନି ଦେଓଲ୍ ଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ସିନେମା “ପଲ୍ ପଲ୍ ଦିଲ୍ କେ ପାସ୍”ସିନେମାଟି ନା କେବଳ ଦେଓଲ୍ ପରିବାର ପାଇଁ ଖୁସିର କାରଣ ପାଲଟିଛି ଗାୟକ ହଂସରାଜ ରଘୁବଂଶୀଙ୍କ ପାଇଁ ମଧ୍ୟ ଏହା ଖୁବ୍ ଖାସ୍ ହୋଇଉଠିଛି । ଏହି ସିନେମାଟି ତାଙ୍କୁ ବଲିଉଡରେ ପାଦ ଦେବାପାଇଁ ସୁଯୋଗ ପ୍ରଦାନ କଲା ।

ଏହା ପୂର୍ବରୁ “ମେରା ଭୋଲା ହେ ଭଣ୍ଡାରୀ” ଗୀତ ଗାଇ ସେ ଖୁବ୍ ପ୍ରଶଂସା ସାଉଁଟିଥିଲେ । ହଂସରାଜଙ୍କ ଜୀବନ କାହାଣୀ ଖୁବ୍ ସଂଘର୍ଷମୟ । ଅନେକ ସଂଘର୍ଷ କରିବା ପରେ ତାଙ୍କୁ ଦର୍ଶକଙ୍କ ଭଲପାଇବା ମିଳିଥିଲା । ତାଙ୍କ ପ୍ରଥମ ଗୀତରେ ମୋହିତ ହୋଇ ଅଭିନେତା ସନ୍ନି ଦେଓଲ୍ ତାଙ୍କୁ ସିନେମାରେ ଗୀତ ଗାଇବା ପାଇଁ କହିଥିଲେ । ତେବେ ତାଙ୍କ ଜୀବନରେ ଏଭଳି ଏକ ସମୟ ଆସିଥିଲା ଯେତେବେଳେ ସେ ଅର୍ଥ ଅଭାବରୁ ବାସନ ମାଜିବା କାମ ମଧ୍ୟ କରିଥିଲେ ।

ଏକ ସାକ୍ଷାତକାରରେ ସେ କହିଥିଲେ ଗାୟକ ସୁରେଶ୍ ବର୍ମାଙ୍କ କହିବା ପରେ ସେ ପ୍ରଥମେ ଗୀତ ଲେଖିଥିଲେ ଏବଂ ଏଥିରେ କଣ୍ଠଦାନ କରିଥିଲେ । ଯାହା ଶ୍ରୋତାଙ୍କୁ ପସନ୍ଦ ଆସିଥିଲା । ଅର୍ଥ ଅଭାବରୁ ସେ ନିଜ ପାଠପଢା ବି ସମ୍ପୁର୍ଣ୍ଣ କରିନଥିଲେ । ଯେଉଁ କଲେଜରେ ପାଠ ପଢୁଥିଲେ ସେହି କଲେଜର କ୍ୟାଣ୍ଟିନ୍ ରେ ବାସନ ମାଜିବା କାମ କରିଥିଲେ । କିନ୍ତୁ ପ୍ରଥମ ଗୀତ ପରେ ତାଙ୍କ ଜୀବନର ମୋଡ ପରିବର୍ତ୍ତନ ହୋଇଥିଲା ।