ଦଶହରା ପାଖେଇ ଆସୁଛି । ବଲିଉଡ ହେଉ କି ସାଉଥ ହେଉ ଏହି ଅବସରରେ ଭଲ ଭଲ ଷ୍ଟାରମାନଙ୍କର ଫିଲ୍ମ ରିଲିଜ ହେଇଥାଏ । ଏଥର ମଧ୍ୟ ଦଶହରାରେ ମୁକ୍ତିଲାଭ ଅପେକ୍ଷାରେ ବହୁ ଫିଲ୍ମ ଲାଇନରେ ଅଛି । ବଡ଼ ବଡ଼ ଥିଏଟର ସବୁ ବୁକିଂ ହେଇସାରିଲାଣି । ଆସିବାକୁ ଯାଉଛି ଭିନ୍ନ ଭିନ୍ନ ସ୍ଵାଦର ଚଳଚ୍ଚିତ୍ର ।

ଆସନ୍ତୁ ଜାଣିବା ଏଥର ଦଶହରାରେ କାହା କାହା ଫିଲ୍ମ ସବୁ ରିଲିଜ ହେବାକୁ ଯାଉଛି ।

ଲିୟୋ

publive-image

ଥଲପତି ବିଜୟଙ୍କ ‘ଲିୟୋ’ ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଛି । ସର୍ବଭାରତୀୟ ସ୍ତରରେ ଏହା ମୁକ୍ତିଲାଭ କରିବ । ତାମିଲ, ତେଲୁଗୁ ସହ ଏହା ହିନ୍ଦୀ ଭାଷାରେ ରିଲିଜ ହେବ । ଓଟିଟି ନିୟମ ଅନୁସାରେ ଏହାର ହିନ୍ଦୀ ଭର୍ସନ  ମଲ୍ଟିପ୍ଲେକ୍ସ ମାନଙ୍କରେ ରିଲିଜ ନହେଇ ସିଙ୍ଗଲ ସ୍କ୍ରିନ ମାନଙ୍କରେ ଉପଲବ୍ଧ ହେବ । ଏହି ଫିଲ୍ମକୁ ନେଇ ଦର୍ଶକ ମାନଙ୍କ ମଧ୍ୟରେ ନାହିଁ ନଥିବା  ଉତ୍ସାହ ଦେଖିବାକୁ ମିଳିଛି । ବିଜୟଙ୍କ ସହିତ ଏହି ଫିଲ୍ମରେ ସଞ୍ଜୟ ଦତ୍ତ ଏବଂ ତ୍ରିଷା ଅଭିନୟ କରିଛନ୍ତି । ଲିୟୋ ୧୯ ଅକ୍ଟୋବରରେ ରିଲିଜ ହେବ ।

ଗଣପତ

publive-image

ଟାଇଗର ଶ୍ରଫଙ୍କ ଆକ୍ସନ ଏଣ୍ଟରଟେନର ‘ଗଣପତ’ ୨୦ ଅକ୍ଟୋବରରେ ରିଲିଜ ହେବାକୁ ଯାଉଛି । ଏଥିରେ ଟାଇଗର ଶ୍ରଫଙ୍କ ସହ କ୍ରିତି ସାନନ୍ ଏବଂ ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରିଛନ୍ତି । ଦମଦାର ଷ୍ଟଣ୍ଟ  ସହ ଏ ଫିଲ୍ମରେ ରୋମାଞ୍ଚକର ଆକ୍ସନ ସିନ ଦେଖିବାକୁ ମିଳିବ । ହିନ୍ଦୀ ସହ ତାମିଲ। ତେଲୁଗୁ, କନ୍ନଡ ଏବଂ ମାଲାୟଲମ ଭାଷାରେ ‘ଗଣପତ’ ମୁକ୍ତିଲାଭ କରିବ ।

ଘୋଷ୍ଟ

publive-image

କନ୍ନଡ ଫିଲ୍ମ ଜଗତର ଆଇକନ ଶିବା ରାଜକୁମାରଙ୍କ ଫିଲ୍ମ  ପ୍ରଥମଥର ପାଇଁ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିବାକୁ ଯାଉଛି । ଜଣେ ଗ୍ୟାଙ୍ଗଷ୍ଟାର ଉପରେ ଆଧାରିତ ଏହି ଫିଲ୍ମରେ ଲୋମଟାଙ୍କୁରା ଆକ୍ସନ ଭରି ହେଇ ରହିଛି । ‘ଘୋଷ୍ଟ’ର ଟ୍ରେଲରକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଫିଲ୍ମର ହିନ୍ଦୀ ଟ୍ରେଲରକୁ  ମଧ୍ୟ ଭଲ ରେସପନ୍ସ  ମିଳିଛି । ଏହି ଫିଲ୍ମରେ ବର୍ଷୀୟାନ ଅଭିନେତା ଅନୁପମ ଖେର ଅଭିନୟ କରିଛନ୍ତି । ଜଣେ ଗ୍ୟାଙ୍ଗଷ୍ଟାର ନିଜ ଦଳ ସହିତ ଗୋଟେ ଜେଲକୁ ହାଇଜାକ କରିନେଇଥିବା ପ୍ଳଟ ଉପରେ ଫିଲ୍ମଟି ପର୍ଯ୍ୟବେଶିତ । ‘ଘୋଷ୍ଟ’ ୧୯ ଅକ୍ଟୋବରରେ ରିଲିଜ ହେବାର ଅଛି ।

ଟାଇଗର ନାଗେଶ୍ଵର ରାଓ

publive-image

ତେଲୁଗୁ ଫିଲ୍ମ ଷ୍ଟାର ରବି ତେଜାଙ୍କ ଫିଲ୍ମ ‘ଟାଇଗର ନାଗେଶ୍ଵର ରାଓ’ ଆସନ୍ତା ଦଶହରାରେ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିବାକୁ ଯାଉଛି । ‘ମାସ୍ ମହାରାଜା’ କୁହାଯାଉଥିବା ରବି ତେଜାଙ୍କ ‘ଟାଇଗର ନାଗେଶ୍ଵର ରାଓ’ରେ ମଧ୍ୟ ଆକ୍ସନ ସିନ ଭରି ହେଇ ରହିଛି । ଫିଲ୍ମଟୀ ରବିନ ହୁଡ ପରି ଏକ ଲୁଟେରାର କାହାଣୀ ଯାହାକୁ ପୋଲିସ ମଧ୍ୟ ଭୟ କରନ୍ତି କିନ୍ତୁ ସାଧାରଣ ଲୋକ ତାଙ୍କୁ ଭଲ ପାଆନ୍ତି ।  ଫିଲ୍ମର ଟ୍ରେଲର ଏବଂ ରବି ତେଜାଙ୍କ ଲୁକ ଦର୍ଶକ ମାନଙ୍କୁ ଖୁବ ପ୍ରଭାବିତ କରିପାରିଛି । ୨୦ ଅକ୍ଟୋବରରେ ‘ଟାଇଗର ନାଗେଶ୍ଵର ରାଓ’ ପରଦାକୁ ଆସିବାକୁ ଯାଉଛି ।

ୟାରିୟାଂ-୨

publive-image

ହିମାଂଶ କୋହଲି, ରକୁଲପ୍ରୀତ ସିଂହ ଏବଂ ଏବଲୀନ ଶର୍ମାଙ୍କ  ୟାରିୟାଂ(୨୦୧୪) ଏକ ଜବରଦସ୍ତ ହିଟ ଫିଲ୍ମ ଥିଲା । ଏହି ଫିଲମକୁ ଦିବ୍ୟା ଖୋସଲା କୁମାର ନିର୍ଦ୍ଦେଶନା ଦେଇଥିଲେ । ଏବେ ଏହାର ଦ୍ଵିତୀୟ ଭାଗ ପରଦାକୁ ଆସିବାକୁ ଯାଉଛି । ଯେଉଁଥିରେ ଦିବ୍ୟା ନିଜେ ଲିଡ୍ ରୋଲରେ ଅଛନ୍ତି । ତାଙ୍କ ସହ ମିଜାନ ଜାଫରି, ୟଶ ଦାସଗୁପ୍ତା ଏବେନ ପର୍ଲ ବି. ପୁରି ଅଛନ୍ତି । ତିନି ଜଣ ସମ୍ପର୍କୀୟଙ୍କ ଉପରେ ଆଧାରିତ ଏହି ଫିଲ୍ମ । ଏହି ଫିଲ୍ମର ଗୀତ ସବୁ ଖୁବ ଲୋକପ୍ରିୟ ହେଇସାରିଛି । ଟ୍ରେଲରକୁ ମଧ୍ୟ  ଠିକଠାକ ରେସପନ୍ସ ମିଳିଛି । ମିଳିଥିବା ଏହି  ରେସପନ୍ସ ଫିଲ୍ମକୁ ହିଟ କରେଇପାରିବ କି ନାହିଁ ତାହା ୨୦ ଅକ୍ଟୋବରରେ ଜଣାପଡ଼ିବ ।

ଭଗବନ୍ତ କେଶରୀ

publive-image

ଦଶହରାରେ ଯେଉଁଠି ସାଉଥର ତିନୋଟି ଫିଲ୍ମ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିବାକୁ ଯାଉଛି  ସେଇଠି ଆଉ ଏକ ଫିଲ୍ମ ଖୁବ ଧୂମ ମଚେଇବାକୁ ଯାଉଛି । ତେଲୁଗୁ ସିନେମାର ଆଇକନିକ ଷ୍ଟାର ମାନଙ୍କ ମଧ୍ୟରୁ ଜଣେ ନନ୍ଦାମୁରୀ ବାଳକୃଷ୍ଣ ଓରଫ ବାଲୟାଙ୍କ ଚଳଚ୍ଚିତ୍ର ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଛି ।  ‘ଭଗବନ୍ତ କେଶରୀ’ ଏମିତି ଏକ ବାପର କାହାଣୀ ଯିଏ ନିଜ ଝିଅ ପାଇଁ ସାରା ଦୁନିଆ ସହ ଲଢିବାକୁ ପ୍ରସ୍ତୁତ । ଫିଲ୍ମରେ ଅର୍ଜୁନ ରାମପାଲଙ୍କୁ  ଭିଲେନ ଭୂମିକାରେ ଦେଖିବାକୁ ମିଳିବ । ବାଲୟାଙ୍କ ପୂର୍ବ ଫିଲ୍ମ ଅଖଣ୍ଡା ଜବରଦସ୍ତ ହିଟ ଫିଲ୍ମ ରୂପେ ସାବ୍ୟସ୍ତ ହେଇଥିଲା ।