ଅଭିନେତ୍ରୀ ତଥା ସାଂସଦ ନୁସରତ୍ ଜହାଁ ଏବଂ ମିମି ଚକ୍ରବର୍ତ୍ତୀଙ୍କ ଏକ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ଭିଡିଓରେ ଦୁଇ ଅଭିନେତ୍ରୀ ମା’ ଦୂର୍ଗାଙ୍କ ନିମିତ୍ତ ସମର୍ପିତ ନୃତ୍ୟ କରୁଥିବା ନଜର ଆସୁଛନ୍ତି । ଅଶେ ମା’ ଦୂର୍ଗା ସେ ଟାଇଟଲ୍ ଥିବା ଏହି ଗୀତକୁ ପ୍ରଶଂସକ ଖୁବ୍ ପସନ୍ଦ କରିବା ସହ ସୋସିଆଲ୍ ମିଡିଆରେ ଭିଡିଓକୁ ଭାଇରାଲ୍ କରୁଛନ୍ତି । ଲୋକସଭା ନିର୍ବାଚନ ୨୦୧୯ ରେ ପଶ୍ଚିମବଙ୍ଗର ବସିରହାଟ୍ ସିଟ୍ ରୁ ତୃଣମୁଳ କଂଗ୍ରେସ ପକ୍ଷରୁ ନୁସରତ୍ ଜହାଁକୁ ସାଂସଦ ରୂପେ ଚୟନ କରାଯାଇଥିଲା ବେଳେ ମିମି ଚକ୍ରବର୍ତ୍ତୀଙ୍କୁ ଯାଦବପୁର ସିଟ୍ ରୁ ସାଂସଦ ରୂପେ ଚୟନ କରାଯାଇଥିଲା ।
ଏହି ଦୁଇ ସାଂସଦ ପଶ୍ଚିମବଙ୍ଗ ସିନେମା ଜଗତରେ ଆଗଧାଡିର ଅଭିନେତ୍ରୀ ଭାବେ ଖୁବ୍ ଚର୍ଚ୍ଚିତ । ନିକଟରେ ଦୁହିଁଙ୍କ ପାରମ୍ପରିକ ନୃତ୍ୟ କରୁଥିବା ଭିଡିଓ ଭାଇରାଲ୍ ହୋଇଛି । ପଶ୍ଚିମବଙ୍ଗରେ ଦୂର୍ଗା ପୂଜା ପର୍ବକୁ ଆଖି ଆଗରେ ରଖି ଏହି ଭିଡିଓକୁ ଜାରୀ କରାଯାଇଛି । ଏହି ଗୀତରେ ବଙ୍ଗାଳୀ ସିନେମା ଜଗତର ଲୋକପ୍ରିୟ ଅଭିନେତ୍ରୀ ଶୁଭାଶ୍ରୀ ଗାଙ୍ଗୁଲୀ ମଧ୍ୟ ନୁସରତ୍ ଏବଂ ମିମିଙ୍କ ସହ ନୃତ୍ୟ କରୁଥିବା ନଜର ଆସୁଛନ୍ତି । ସୋମବାର ଜାରି ହୋଇଥିବା ଏହି ଭିଡିଓରେ ୧.୭ ମିଲିୟନ୍ ଲୋକ ଦେଖିସାରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/Nusrat-Jahan-Mimi-Chakraborty.jpg)