କନକ ବ୍ୟୁରୋ : ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି । ୨୦୧୪ରେ ଆୟନ ମୁର୍ଖାଜୀ ଘୋଷଣା କରିଥିବା ଫିଲ୍ମ ବ୍ରହ୍ମାସ୍ତ୍ର ମୁକ୍ତିଲାଭ କରିଛି । ୫ବର୍ଷର ପରିଶ୍ରମ ପରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଏହି ଚଳଚ୍ଚିତ୍ର ଏବେ ସଭିଙ୍କ ସାମନାରେ । ର୍ିପୋର୍ଟ ଅନୁଯାୟୀ ଏହା ବଲିଉଡର ସବୁଠାରୁ ବଡ ବଜେଟ୍ର ଫିଲ୍ମ । ଏହି ଫିଲ୍ମଟି ୪୧୦ କୋଟି ଟଙ୍କାରେ ନିର୍ମିତ କରାଯାଇଛି ।

Advertisment

ସୂଚନାନୁସାରେ, ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ରଟି ସାରା ବିଶ୍ୱରେ ମୋଟ ୮୦୦୦ ପରଦାରେ୍ ରିଲିଜ ହୋଇଛି ସେଥିରୁ ଭାରତରେ ୫୦୦୦ ପରଦାରେ ଏବଂ ବିଦେଶରେ ୩୦୦୦ ପରଦାରେ ଦର୍ଶକ ଦେଖିବାକୁ ପାଇବେ । ଏହି ୫ଟି ଭାଷା ରେ ଚଳଚ୍ଚିତ୍ରଟି ରିଲିଜ ହୋଇଛି ( ହିନ୍ଦୀ, କାନାଡା, ତାମିଲ, ତେଲୁଗୁ ଓ ମାଲାୟଲମ ) ।

ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ବ୍ରହ୍ମାସ୍ତ୍ର ଦେଖିବା ପରେ ନିଜର ମତ ସେ ପ୍ରକାଶ କରି କହିଛନ୍ତି ଯେ ଫିଲ୍ମଟିକୁ ଦୁଇ ପ୍ରକାର ପ୍ରତିକ୍ରିୟା ମିଳିବ । କିଛି ଲୋକ ଫିଲ୍ମଟିକୁ ଦେଖିବା ପରେ ବ୍ଲକବାଷ୍ଟର ଓ ଜବରଦସ୍ତ କହିବେ ତ ଆଉ କିଛି ଖରାପ କହିବେ । ଏହା ଦର୍ଶକଙ୍କ ଦେଖିବା ନଜର ଉପରେ ନିର୍ଭର କରେ ।

ଆପଣ ଜାଣିଥିବେ ଯେ ପୂର୍ବରୁ ହିଁ ଫିଲ୍ମଟିକୁ ନେଇ ସୋସିଆଲ ମିଡିଆରେ ବୟକଟ ଟ୍ରେଣ୍ଡ ଚାଲିଛି । ଏହି କାରଣରୁ ଫିଲ୍ମଟିକୁ ଯଦି କିଛି ଦର୍ଶକ ପସନ୍ଦ ନକରୁଛନ୍ତି ତେବେ ଏହା କୌଣସି ନୂଆ କଥା ହେବ ନାହିଁ ।