ବଲିଉଡ୍ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କୁ କ୍ୟାନସର ରୋଗ ହୋଇଥିବା ନେଇ ନିଜେ ସୋନାଲୀ ବେନ୍ଦ୍ରେ ମଙ୍ଗଳବାର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଫ୍ୟାନମାନଙ୍କୁ ସୂଚନା ଦେଇଥିଲେ। ଏଥିରେ ସେ ଲେଖିଥିଲେ କି, ତାଙ୍କୁ କର୍କଟ ରୋଗ ହୋଇଥିବା ରକ୍ତ ପରୀକ୍ଷାରୁ ଜଣାଯାଇଛି। ସେ ଏବେ ଆମେରିକାର ନ୍ୟୁୟର୍କରେ ଏହି ରୋଗ ପାଇଁ ଚିକିତ୍ସିତ ହେଉଛନ୍ତି। ଏପରି ଏକ ଖବର ପ୍ରଚାରିତ ହେବା ପରେ ସୋନାଲୀ ବେନ୍ଦ୍ରେଙ୍କ ଫ୍ୟାନମାନଙ୍କ ସହିତ ସମଗ୍ର ବଲିଉଡ୍ ସ୍ତବ୍ଧ ହୋଇଯାଇଛି। ସମସ୍ତଙ୍କ ମଧ୍ୟରେ ବେଶ୍ ନୈରାଶ୍ୟ ଖେଳି ଯାଇଛି। ତେବେ ସୋନାଲୀଙ୍କ ବ୍ୟତୀତ ଅନ୍ୟ ବଲିଉଡ୍ କଳାକାର ବି କର୍କଟ ରୋଗରେ ପୀଡିତ ହୋଇଥିଲେ। ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ।

Advertisment

publive-image

ଚଳିତବର୍ଷ ମାର୍ଚ୍ଚରେ ବଲିଉଡ ଅଭିନେତା ଇରଫାନ୍ ଖାନ୍ ବି କର୍କଟ ରୋଗରେ ପୀଡିତ ଥିବା ନେଇ ଜଣା ପଡ଼ିଥିଲା। ସେ ବି ସୋସିଆଲ ମିଡିଆରେ ଏକ ଷ୍ଟେଟମେଣ୍ଟ ଜାରି କରି କହିଥିଲେ କି, ତାଙ୍କୁ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର  ହୋଇଛି। ଏହି ଚିକିତ୍ସା ପାଇଁ ସେ ଏବେ ଲଣ୍ଡନରେ ଅଛନ୍ତି।

publive-image

ସିନେମା ନିର୍ଦ୍ଦେଶକ ଅନୁରାଗ ବାସୁ ବି କର୍କଟ ରୋଗରେ ପୀଡିତ ହୋଇଥିଲେ। ୨୦୦୪ ଅନୁରାଗ ବାସୁଙ୍କୁ ରକ୍ତ କର୍କଟ ଭଳି ଏକ ରୋଗ ହୋଇଥିବା ନେଇ ଡାକ୍ତର କହିଥିଲେ। କେବଳ ଏତିକି ନୁହେଁ ସେ ଆଉ ଅଳ୍ପ ଦିନ ବଞ୍ଚିବେ ବୋଲି ବି ଡାକ୍ତରଙ୍କ ମୁହଁରୁ ଅନୁରାଗ ଶୁଣିବାକୁ ପାଇଥିଲେ। ତା’ପରେ ବି ସେ ନିଜ ଉପରେ ଦୃଢ଼ ବିଶ୍ୱାସ ରଖି ଚିକିତ୍ସା ଜାରି ରଖିଥିଲେ। ଡାକ୍ତର ଯେପରି କହିଥିଲେ ସେଭଳି କରିଥିଲେ। ତିନିବର୍ଷ କର୍କଟ ସହ ସଂଘର୍ଷ କରିବା ପରେ ଭଗବାନଙ୍କ କୃପାରୁ ସେ ଏବେ ସୁସ୍ଥ ଅଛନ୍ତି ।

publive-image

ବଲିଉଡର ଜଣାଶୁଣା ସଂଗୀତ ନିର୍ଦେଶକ ଆଦେଶ ଶ୍ରୀବାସ୍ତବଙ୍କ ମୃତ୍ୟୁ ୨୦୧୫ ସପ୍ଟେମ୍ବର ୫ ତାରିଖରେ କର୍କଟ ହେତୁ ହୋଇଥିଲା।

publive-image

୬୦ ଦଶକର ଅଭିନେତ୍ରୀ ମୁମତାଜଙ୍କୁ ୫୪ବର୍ଷ ବୟସ ହୋଇଥିବା ବେଳେ  ସେ ସ୍ତନ କର୍କଟରେ ପୀଡିତ ହୋଇଥିବା ଜଣାପଡ଼ିଥିଲା। ଦୀର୍ଘ ଦିନ ଧରି ତାଙ୍କର ଚିକିତ୍ସା ଚାଲିବା ସହିତ ସର୍ଜରି ବି ହୋଇଥିଲା। ତାଙ୍କୁ ଏବେ ୭୦ବର୍ଷ ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

publive-image

ବଲିଉଡ୍ ଅଭିନେତ୍ରୀ ମନୀଷା କୋଇରାଲାଙ୍କୁ ୪୨ବର୍ଷ ହୋଇଥିବା ବେଳେ ତାଙ୍କୁ କର୍କଟ ରୋଗ ହୋଇଥିବା ସେ ଜାଣିବାକୁ ପାଇଥିଲେ। ସେ ଓଭେରିୟନ୍ କ୍ୟାନସରରେ ପୀଡିତ ଥିଲେ। ଅନେକ ପ୍ରକାର ସର୍ଜରି, କେମୋ ଥେରାଫି ପରେ ୨୦୧୫ରେ ସେ ସୁସ୍ଥ ହୋଇଥିବା ଡାକ୍ତର କହିଥିଲେ। ତାଙ୍କୁ ଯେଭଳି ଭାବେ କର୍କଟ ଆକ୍ରାନ୍ତ କରିଥିଲା, ସେଥିରୁ ବର୍ତ୍ତିବା ବହୁ କଷ୍ଟ, ତେଣୁ ଏବେ ବି ସେ ନିଜ ଖାଦ୍ୟ ଓ ପାନୀୟକୁ ନେଇ ଖୁବ୍ ଯତ୍ନବାନ ଥାଆନ୍ତି।

publive-image

ବଲିଉଡ୍ ହ୍ୟାଣ୍ଡସମ୍ ଆକ୍ଟର ବିନୋଦ ଖାନ୍ନା କର୍କଟ ରୋଗରେ ପୀଡିତ ହୋଇଥିବା ହେତୁ ଗତବର୍ଷ ତାଙ୍କର ମୃତ୍ୟୁ ହୋଇଥିଲା। ଅନେକ ଦିନ ହେବ ସେ ଏହି ରୋଗରେ ପୀଡିତ ଥିଲେ।