କନକ ବ୍ୟୁରୋ : ପ୍ରସିଦ୍ଧ ଗାୟିକା ତଥା ଅଭିନେତ୍ରୀ ମଲ୍ଲିକା ରାଜପୁତ ଆତ୍ମହତ୍ୟା କରିଛନ୍ତି । ପୋଲିତ ତାଙ୍କ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ପୋଲିସ ପ୍ରତିଟି ଦୃଷ୍ଟିକୋଣରୁ ଯାଂଚ ଆରମ୍ଭ କରିଛି । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ପୁରା ବଲିଉଡରେ ଶୋକର ଛାୟା ଖେଳିଯାଇଛି । ମଲ୍ଲିକା ରାଜପୁତ କଙ୍ଗନା ରାଣାୱତଙ୍କ ଭଳି ସୁପରଷ୍ଟାରଙ୍କ ସହ କାମ କରିଛନ୍ତି ।

Advertisment

ମଲ୍ଲିକା ରାଜପୁତ କଙ୍ଗନାଙ୍କ ରିଭଲଭର ରାଣୀ ଫିଲ୍ମରେ ସହାୟକ ଚରିତ୍ରରେ ଅଭିନୟ କରିଥିଲେ । ଏହାସହ ଗାୟକ ଶାନଙ୍କର ମ୍ୟୁଜିକ୍ ଆଲବମରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ଏହାସହ ସେ କିଛି ମେଗା ସିରିଜ, ଶୋ ଓ ଆଲବମରେ ମଧ୍ୟ କାମ କରିଛନ୍ତି । ଦର୍ଶକମାନେ ମଲ୍ଲିକାଙ୍କ ଟାଲେଣ୍ଟ ଦେଖି ପ୍ରଭାବିତ ହେଉଥିଲେ ।

କେବଳ ବଲିଉଡ ନୁହେଁ ମଲ୍ଲିକା ରାଜନୀତିରେ ମଧ୍ୟ ପାଦ ଥାପିଥିଲେ । ସେ ବିଜେପିରେ ଯୋଗ ଦେଇଥିଲେ । ହେଲେ ବିଜେପି ବଳକ୍ରାରୀଙ୍କୁ ସମର୍ଥନ କରୁଥିବା ଅଭିଯୋଗ କରି ସେ ବିଜେପିରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ଅଧ୍ୟାତ୍ମିକ ମାର୍ଗକୁ ଆପଣାଇଥିଲେ ।

ମଲ୍ଲିକା ରାଜପୁତଙ୍କ ଆତ୍ମହତ୍ୟା ତାଙ୍କ ଜାଣିଥିବା ଲୋକଙ୍କୁ ଚମକାଇ ଦେଇଛି । କିଛି ସୂତ୍ର ସୂଚନା ମୁତାବକ ମଲ୍ଲିକାଙ୍କର ନିଜ ପରିବାର ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ମତଭେଦ ରହିଥିଲା । ଏହାକୁ ପ୍ରଥମେ ପୋଲିସ ହସ୍ତକ୍ଷେପ କରି ଆପୋଷ ସମାଧାନ କରିଥିଲା । ଏସବୁ ଭିତରେ ମଲ୍ଲିକା କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ ।