ବଲିଉଡକୁ ବାୟା କରିଛି ବାୟୋପିକ ସିନେମା । ନୂତନ ବର୍ଷରେ ପ୍ରେକ୍ଷାଳୟକୁ ଆସିବ ଏକାଧିକ ବାୟୋପିକ୍ ସିନେମା ।  

373

ବଲିଉଡରେ ଏବେ ବାୟୋପିକ୍ ସିନେମା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଦର୍ଶକ ମଧ୍ୟ ବାୟୋପିକ୍ ଦେଖିବାକୁ ଖୁବ୍ ପସନ୍ଦ କରୁଛନ୍ତି । ସତ୍ୟ ଘଟଣା ଉପରେ ଆଧାରିତ ସିନେମା ଲୋକଙ୍କୁ ଘଟଣା ସଂପର୍କିତ ଅନେକ ତଥ୍ୟ ଜାଣିବାରେ ସହାୟକ ହେଉଛି । ଆଗରୁ ଏହା ଉପରେ ଯେତେ ମୁଖ୍ୟତା ଦିଆଯାଉନଥିଲା ହେଲେ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ବାୟୋପିକ ସିନେମା ଦେଖିବା ପାଇଁ ଉତ୍ସାହ ବଢିବାରେ ଲାଗିଛି । ବର୍ଷକରେ ଯେମିତି ବି ହେଉ ୪ ରୁ ୫ ଟି ବାୟୋପିକ୍ ସିନେମା ପ୍ରେକ୍ଷାଳୟରେ ପଡିଥାଏ । ଆଗକୁ ଆସୁଛି ନୂଆବର୍ଷ ଏହାକୁ ଆଖି ଆଗରେ ରଖି ବଲିଉଡ୍ ରେ ଅନେକ ବାୟୋପିକ୍ ମଧ୍ୟ ନିର୍ମାଣ ହୋଇଛି । ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ବିବାହ ପରେ ବଲିଉଡକୁ ଫେରୁଥିବା ବେଳେ ମେଘନ୍ନା ଗୁଲଜାରଙ୍କ ନିର୍ଦ୍ଦେଶିତ ବାୟୋପିକ୍ ଛପକରେ ନଜର ଆସିବେ । ଫିଲ୍ମରେ ଥିବା କଳାକାରଙ୍କର ନୂଆ ଲୁକ ମଧ୍ୟ ଦର୍ଶକଙ୍କ ଗହଣରେ ପହଞ୍ଚି ସାରିଛି । ଫିଲ୍ମଟି ଜାନୁଆରୀ ୧୦ ରେ ରିଲିଜ ହେବାକୁ ଯାଉଛି ।

ଗୁଂଞ୍ଜନ ଶର୍ମା ବାୟୋପିକ – ଦେଶର ପ୍ରଥମ ମହିଳା ଏୟାର ଫୋର୍ସ ପାଇଲଟଙ୍କ ଜିବନୀ ଉପରେ ଆଧାରିତ ଫିଲ୍ମରେ ଜାହ୍ନବୀ କାପୁର ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମକୁ ନେଇ ଜାହ୍ନବୀ ଖୁସି ଥିବା ଜଣା ପଡିଛି ଓ ଏହି ଫିଲ୍ମ ପାଇଁ କଠିନ ପରିଶ୍ରମ କରୁଥିବା ଜଣା ପଡିଛି । ଫିଲ୍ମଟି ୧୩ ମାର୍ଚ୍ଚରେ ରିଲିଜ ହେବାକୁ ଯାଉଛି । 

ଥଲାଇବି – ଏହି ଫିଲ୍ମଟି ଦକ୍ଷିିଣ ଭାରତର ବରିଷ୍ଠ ରାଜନେତ୍ରୀ ଜୟଲଳୀତାଙ୍କ ଜିବନୀ ଉପରେ ଆଧାରିତ । ଫିଲ୍ମକୁ ନେଇ କିଛି ଦିନ ହେଲା ବିବାଦ ଲାଗି ରହିଛି । ସିନେମାରେ କଙ୍ଗନା ରଣାୱତଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ୨୦ ଫେବୃଆରୀରେ ଫିଲ୍ମ ରିଲିଜ ହେବ । 

ସରଦାର ଧୱନ ସିଂହ – ଜେନେରାଲ ଡାୟରଙ୍କୁ ମୃତ୍ୟୁ ମୁଖରେ ପହଞ୍ଚାଇଥିବା ସରଦାର ଧୱନ ସିଂହ ଜିବନୀ ଉପରେ ଆଧାରିତ ଫିଲ୍ମ ମଧ୍ୟ ପ୍ରସ୍ତୁତ ହେଉଛି । ଫିଲ୍ମରେ ଭିକ୍କି କୌଶଲ୍ ମୁଖ୍ୟ କଳାକାର ଭାବେ ନଜର ଆସିବେ । ଫିଲ୍ମଟି ୨ ଅକ୍ଟୋବରରେ ରିଲିଜ ହେବାର ସୂଚନା ମିଳିଛି ।

 

ପୃଥ୍ୱୀରାଜ – ମହାରାଜା ପୃଥ୍ୱୀରାଜ ଚୌହ୍ୱାନଙ୍କ ଜିବନୀ ଉପରେ ଆଧାରିତ ସିନେମା ପ୍ରସ୍ତୁତ ହେବାକୁ ଯାଉଛି । ଏହି ଫିଲ୍ମରେ ଅକ୍ଷୟ କୁମାର ଓ ମାନୁଷୀ ଚିଲ୍ଲର ଉଭୟଙ୍କୁ ପ୍ରଥମଥର ଷ୍କ୍ରିନରେ ଦେଖିବାକୁ ମିଳିବ । ଫିଲ୍ମଟି ୧୩ ନଭେମ୍ବର ୨୦୨୦ ରେ ରିଲିଜ ହେବାକୁ ଯାଉଛି । ୨୦୧୯ରେ ‘ଦ ଆକ୍ସିଡେନ୍ଟାଲ ପ୍ରାଇମ୍ ମିନିଷ୍ଟର’, ‘ଠାକରେ’, ‘ମଣିକର୍ଣ୍ଣୀକା’, ‘ପିଏମ ନରେନ୍ଦ୍ର ମୋଦୀ’, ‘ସୁପର ୩୦’ ପରି ଅନେକ ବାୟୋପିକ ରିଲିଜ ହୋଇଥିଲା ଓ ଏବଂ ଦର୍ଶକଙ୍କ ଗହଣରେ ପ୍ରଶଂସା ସାଉଁଟି ଥିଲା ।