କନକ ବ୍ୟୁରୋ: ପାକିସ୍ତାନରେ ଭାରତୀୟ ଫିଲ୍ମ ଓ ଟିଭି କାର୍ଯ୍ୟକ୍ରମ ପ୍ରଦର୍ଶନ ଉପରେ ଲାଗିଲା କଟକଣା । ଶନିବାର ଏନେଇ ରାୟ ଦେଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ । ପୂର୍ବରୁ ପାକ୍ ସୁପ୍ରିମକୋର୍ଟ ସ୍ଥାନୀୟ ଟିଭି ଚ୍ୟାନେଲରେ ଭାରତୀୟ କାର୍ଯ୍ୟକ୍ରମ ପ୍ରସାରଣ ଉପରେ ରୋକ ଲଗାଇ ଥିଲେ । କିନ୍ତୁ ଲାହୋର ଉଚ୍ଚ ନ୍ୟାୟାଳୟ ଏହି ପୁରାତନ ରାୟକୁ ଅନାବଶ୍ୟକ କହିଥିଲେ ।
ବିଦେଶୀ କାର୍ଯ୍ୟକ୍ରମ ପ୍ରସାରଣ ନେଇ ହୋଇଥିବା ଏକ ମାମଲା ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ ଭାରତୀୟ କାର୍ଯ୍ୟକ୍ରମ ପ୍ରସାରଣ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାକ୍ ସୁପ୍ରିମକୋର୍ଟ କହିଛନ୍ତି, ସେମାନେ ଆମ ଦେଶର ସମ୍ବଧାନକୁ ଉଲ୍ଲଂଘନ କରିବାକୁ ଉଦ୍ୟମ କରୁଛନ୍ତି, କଣ ସେମାନଙ୍କ କାର୍ଯ୍ୟକ୍ରମ ଆମେ ପ୍ରସାରଣ କରିବା ଉଚିତ୍ କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/10/maxresdefault-2-2.jpg)
/kanak/media/post_attachments/wp-content/uploads/2018/10/why-bollywood-movies-should-be-completely-banned-in-pakistan-1441481196-9101-300x230.jpg)