ଫିଲ୍ମି ଫ୍ରାଇଡେରେ ଆଜି ରିଲିଜ ହୋଇଛି ବଲିଉଡ୍ ସିନେମା ‘ରଙ୍ଗୁନ’ । ଏଥିରେ ଦେଖିବାକୁ ମିଳିଛି ଦ୍ୱିତୀୟ ବିଶ୍ୱଯୁଦ୍ଧର କାହାଣୀ । ତେବେ ସିନେମାର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ସୈଫ ଅଲି ଖାନ, ସାହିଦ କପୁର ଓ କଙ୍ଗନା ରଣାୱତ । ‘ରଙ୍ଗୁନ’ର ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ଭରଦ୍ୱଜ ।
ସୂଚନାଯୋଗ୍ୟ, ୧୯୪୪ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିବା ସମୟରେ ଭାରତରେ ସ୍ୱାଧିନତା ସଂଗ୍ରାମ ଚାଲିଥିଲା । ଏହି ସମୟରେ ଜଣେ ଅଭିନେତ୍ରୀଙ୍କ ତ୍ରୀକୋଣିୟ ପ୍ରେମ କାହାଣୀକୁ ନେଇ ସିନେମାଟି ନିର୍ମାଣ ହୋଇଛି । ଅଭିନେତ୍ରୀ ଜୁଲିଆ ଭୂମିକାରେ କଙ୍ଗନାଙ୍କୁ ଦେଖିବାକୁ ମିଳିଥିବା ବେଳେ ପାର୍ସି ସିନେମା ନିର୍ମାତା ରୁଷି ବିଲମୋରିୟା ଭୂମିକାରେ ସୈଫ ଅଲି ଖାନ୍ ଅଛନ୍ତି । ଏବଂ ସୀମାରେ ନିୟୋଜିତ ଯବାନ ଯମାଦାର ନବାବ ମଲ୍ଲିକ ରୋଲରେ ନଜର ଆସିଛନ୍ତି ସାହିଦ କପୁର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/Rangoon-Hindi-Movie-Poster.jpg)