ପରଦାକୁ ଆସିଲା ଆକ୍ସନ୍ ଥ୍ରୀଲର ‘ନାମ୍ ଶବାନା’ ! ଖିଲାଡି ଷ୍ଟାର ଅକ୍ଷୟଙ୍କ ସହ ଫିମେଲ୍ ଲିଡରେ ତାପସୀ ପନ୍ନୁ

26

ଫ୍ରାଇ ଡେ ରିଲିଜରେ ଆଜି ପରଦାକୁ ଆସିଛି ବଲିଉଡ୍ ମୁଭି ‘ନାମ୍ ଶବାନା’ । ଇଣ୍ଡିଆନ୍ ସ୍ପାଏଙ୍କ କାହାଣୀ ଉପରେ ଆଧାରିତ ଏହି ଫିଲ୍ମଟି ଏକ ଆକ୍ସନ୍ ଥ୍ରୀଲର । ନାମ୍ ଶବାନାରେ ଲିଡ୍ ରୋଲରେ ଦମଦାର ଅଭିନୟ କରିଛନ୍ତି ସାଉଥ୍ ଗର୍ଲ ତାପସୀ ପନ୍ନୁଙ୍କ ସହ ଖିଲାଡି ଷ୍ଟାର ଅକ୍ଷୟ କୁମାର । ଫିଲ୍ମର ଅନ୍ୟ ପ୍ରମୁଖ କଳାକାରମାନେ ହେଲେ ଅନୁପମ ଖେର, ମନୋଜ ବାଜପେୟୀ ଓ ଡ୍ୟାନି ।

ଭାରତୀୟ ଗୁପ୍ତଚରଙ୍କ ସାହସିକତା ଓ ସଫଳତା ଉପରେ ଆଧାରିତ ‘ନାମ୍ ଶବାନା’ ଚଳଚ୍ଚିତ୍ରର ପ୍ରଯୋଜକ ନିରଜ ପାଣ୍ଡେ ଥିବା ବେଳେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଶିବମ୍ ନାୟର । ଫିଲ୍ମଟି ପ୍ରଥମ ଦିନରେ ୪ କୋଟି ଟଙ୍କାରୁ ଉଦ୍ଧ୍ୱର୍ ବ୍ୟବସାୟ ସହ ବକ୍ସ ଅଫିସରେ ଧମାଲ କରିବ ବୋଲି ଚର୍ଚ୍ଚା ହେଉଛି ।