ବଲିଉଡ ଦବଙ୍ଗ ବୟ ସଲମାନ ଖାନଙ୍କୁ କିଏ ନ ଜାଣେ । ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଗଡ ଫାଦର ରୂପେ ପରିଚିତ । ନିଜ ଦମରେ ସମସ୍ତ ଫିଲ୍ମକୁ ହିଟ କରୁଥିବା ସଲମାନଙ୍କ ସଫଳତା ସମସ୍ତଙ୍କୁ ଜଣା । କିନ୍ତୁ ଏତେ ସଫଳତା ପରେ ମଧ୍ୟ ଇଣ୍ଡଷ୍ଟ୍ରିରେ ଏଭଳି କିଛି ହିରୋଇନ ଅଛନ୍ତି ଯେଉଁମାନେ ଗୋଟିଏ ଫିଲ୍ମ କରିବା ପରେ ସଲମାନଙ୍କ ସହିତ ଦ୍ୱିତୀୟ ଥର ପାଇଁ ଦେଖାଯାଇ ନାହାଁନ୍ତି, ଆଉ କେତେକ ହିରୋଇନ କେବେ ମଧ୍ୟ ନଜର ଆସି ନାହାଁନ୍ତି ଏବଂ ଆଉ କେତେକ ଯେଉଁ ମାନେ ନଜର ଆସିବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ

Advertisment

publive-image

ପ୍ରଥମେ ଆଲୋଚନା କରିବା ୯୦ ଦଶକର ହିରୋଇନ ରବିନା ଟଣ୍ଡନଙ୍କ ବିଷୟରେ । ସଲମାନ ରବିନାଙ୍କ ସହିତ ଫିଲ୍ମ ‘ଅନ୍ଦାଜ ଅପନା ଅପନା’ରେ ନଜର ଆସିଥିଲେ ଏବଂ ସେଥିରେ ଆମୀର ଖାନ ମଧ୍ୟ ଥିଲେ । କିନ୍ତୁ ୧୮ ବର୍ଷ ବିତି ଯାଇଥିଲେ ମଧ୍ୟ ରବିନା ସଲମାନଙ୍କ ସହିତ ଆଉ ଥରେ ନଜର ଆସି ନାହାଁନ୍ତି ।

publive-image

ହିରୋଇନ ଟ୍ୱିଙ୍କଲ ଖାନ୍ନା ଫିଲ୍ମ ‘ବରସାତ’ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ୧୯୯୮ରେ ସେ ପ୍ରଥମ ଓ ଶେଷ ଥର ପାଇଁ ଫିଲ୍ମ ‘ଜବ ପ୍ୟାର କିସି ସେ ହୋତା ହୈ’ରେ ସଲମାନଙ୍କ ସହିତ ନଜର ଆସିଥିଲେ । ତାପରେ ଅନ୍ୟ କୈାଣସି ଫିଲ୍ମ ସେ ସଲମାନଙ୍କ ସହ କରିନଥିଲେ ।

publive-image

ତବୁ ମଧ୍ୟ ଆଜି ପର୍ୟ୍ୟନ୍ତ ସଲମାନଙ୍କ ସହିତ ମୁଖ୍ୟ ଚରିତ୍ରରେ ନଜର ଆସି ନାହାଁନ୍ତି । ‘ହମ ସାଥ ସାଥ ହୈ’ରେ ସଲମାନ ତବୁ୍ଙ୍କ ଭାଉଜଙ୍କ ଚରିତ୍ରରେ ଆସିଥିଲେ । ଏହାପରେ ଦ୍ୱିତୀୟ ଥର ପାଇଁ ‘ଜୟ ହୋ’ରେ ତବୁ ସଲମାନଙ୍କ ଭଉଣୀ ଚରିତ୍ରରେ ନଜର ଆସିଥିଲେ । କିନ୍ତୁ କେବେ ବି ଲିଡ ରୋଲରେ ଆସିନାହାନ୍ତି ।

publive-image

ସଲମାନ ଜୁହିଙ୍କ ସହିତ ମଧ୍ୟ ନଜର ଆସି ନାହାଁନ୍ତି । କିନ୍ତୁ ଫିଲ୍ମ ‘ଦିୱାନା ମସ୍ତାନା’ରେ ସଲମାନ ଗେଷ୍ଟ ଆପିଅରେନ୍ସ ଦେଇଥିଲେ । ଯେଉଁଥିରେ ଗୋବିନ୍ଦା, ଅନିଲ କପୁର ଏବଂ ଜୁହି ଚାୱଲା ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ । ତେବେ ଏକ ସମୟରେ ଦୁଇ ଜଣ କ୍ୟାରିଅର ଆରମ୍ଭ କରିଥିଲେ ମଧ୍ୟ ବଡ଼ ପରଦାରେ ଏକା ସାଙ୍ଗରେ କେବେ ନଜର ଆସି ନାହାଁନ୍ତି ।

publive-image

ଫିଲ୍ମ ଇଣ୍ଡଷ୍ଟ୍ରିରେ ବିଦ୍ୟାଙ୍କର ୧୩ ବର୍ଷ ପୂରିଥିଲେ ମଧ୍ୟ ସେ ଆଜି ପର୍ୟ୍ୟନ୍ତ ସଲମାନଙ୍କ ସହିତ ଲିଡ ରୋଲରେ ନଜର ଆସି ନାହାଁନ୍ତି । କିନ୍ତୁ କିଛିଟା ଫିଲ୍ମରେ ସେମାନେ ଦୁହେଁ ଏକାଠି କାମ କରିିଛନ୍ତି ।

publive-image

ବଲିଉଡ କୁଇନ କଙ୍ଗନା ରାଣାୱତ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଇଣ୍ଡଷ୍ଟ୍ରିରେ ୧୨ ବର୍ଷ ବିତି ଯାଇଥିଲେ ମଧ୍ୟ କଙ୍ଗନା ସଲମାନଙ୍କ ସହିତ କେବେ ମଧ୍ୟ ନଜର ଆସି ନାହାଁନ୍ତି । ‘ସୁଲତାନ’ରେ କଙ୍ଗନାଙ୍କୁ ସଲମାନଙ୍କ ବିପକ୍ଷରେ ଅଫର ମିଳିଥିଲେ ମଧ୍ୟ ସେ ତାଙ୍କ ଭୂମିକାକୁ ନେଇ ସନ୍ତୁଷ୍ଟ ନଥିବାରୁ ଫିଲ୍ମ କରିବାକୁ ମନା କରିଥିଲେ ।

publive-image

ଏହି ରେସରୁ ବାଦ ପଡ଼ି ନାହାଁନ୍ତି ବଲିଉଡର ପଦ୍ମାବତୀ ଦୀପିକା ପାଦୁକୋନ । ବଲିଉଡରେ ତାଙ୍କର ଆୟ ସବୁଠାରୁ ଅଧିକ । ସେ ଆଜି ପର୍ୟ୍ୟନ୍ତ କେବେ ମଧ୍ୟ ସଲମାନଙ୍କ ସହିତ ନଜର ଆସି ନାହାଁନ୍ତି । କିନ୍ତୁ ଶୁଣିବାକୁ ମିଳୁଛି, କବୀର ଖାନ ଓ ସଂଜୟ ଲୀଲା ବଂଶାଲୀଙ୍କ ଅପକମିଙ୍ଗ ଫିଲ୍ମରେ ଦୁହେଁ ଦେଖିବାକୁ ମିଳିବେ । ହେଲେ ଖବରରେ କିଛି ନିଶ୍ଚିତତା ନଥିବା ଜଣାପଡିଛି ।