ମୋବାଇଲ ଖୋଲିବ ବଲିଉଡ୍ ଡ୍ରଗ୍ସ ଲିଙ୍କର ଗୁମର । ତିନି ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲି ଖାନ, ରକୁଲ ପ୍ରିତ ସିଂଙ୍କ ମୋବାଇଲ ସିଜ୍ କଲା ଏନସିବି

140

କନକ ବ୍ୟୁରୋ : ମୋବାଇଲ ଖୋଲିବ ବଲିଉଡ୍ ଡ୍ରଗ୍ସ ଲିଙ୍କର ଗୁମର । ଶନିବାର ସାରାଦିନ ଏନସିବି ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ଜେରା କରିଥିଲା । ଘଂଟା ଘଂଟା ଧରି ସେମାନଙ୍କୁ ତୁହାକୁ ତୁହା ପଚାରଉଚୁରା କରିଥିଲେ ଏନସିବିର ଅଧିକାରୀ । ସେମାନେ ସିଧା ସିଧା ଉତର ନଦେଇ ବୁଲେଇ ବଙ୍କେଇ ଉତର ଦେଇଥିଲେ ବୋଲି ସୂଚନା ମିଳିଛି । ତେବେ ଏନସିବି ଦୀପିକା, ସାରା, ରକୁଲ, କରିଶ୍ମା, ମିମୋନ ଖମ୍ବାଟା ଓ ଜୟା ଶାହାଙ୍କ ମୋବାଇଲ ଜବତ କରିଥିବା କୁହାଯାଉଛି ।

ଫଳରେ ଏହି ମାମଲାରେ ଏନସିବି ଅହୁରି ଅଧିକ ଖୋଳତାଡ କରିବ ବୋଲି ଜଣାପଡୁଛି । ଏହି ଅଭିନେତ୍ରୀମାନଙ୍କ ହ୍ୱାଟ୍ସ ଆପ୍ ଚାର୍ଟ ଏହି ଡ୍ରଗ୍ସ ମାମଲାର ଏକ ପ୍ରମୁଖ ଅଂଶ । ତେଣୁ ସେମାନଙ୍କ ମୋବାଇଲରୁ ଏନେଇ ଅଧିକ ତଥ୍ୟ ପାଇବାକୁ ଉଦ୍ୟମ କରିବ ଏନସିବି । ସେହି ଦୃଷ୍ଟିରୁ ଜୟା ଶାହା ଓ କରିଶ୍ମାଙ୍କ ମୋବାଇଲ ଜବତ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ ।