କନକ ବ୍ୟୁରୋ : ବଲିଉଡ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୧୦ ସିନେମା ଆଜି ରିଲିଜ ହେଉଛି । ଏଥିମଧ୍ୟରେ ଆୟୁଷ୍ମାନ ଖୁରାନାଙ୍କ ଡକ୍ଟର ଜୀ ବ୍ୟତୀତ ପରିଣତି ଚୋପ୍ରାଙ୍କର କୋଡ ନମ୍ବର ତ୍ରିରଙ୍ଗା, ଏହାସହ ବହୁଭାଷୀ ଫିଲ୍ମ କାନ୍ତାରାର ହିନ୍ଦି ଭର୍ସନ ବି ଆଜି ରିଲିଜ ହେଉଛି । ଏହି ସିନେମାଟି ଆଇଏମଡି ରେଟିଂରେ କେଜିଏଫ-୨, ଆରଆରଆରକୁ ପଛରେ ପକାଇ ଦେଇଛି । ଏହି ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଋଷଭ ସେଟ୍ଟୀ ।

Advertisment

ଅନ୍ୟପଟେ ୟେ ଜିନ୍ଦେଗୀ ମଧ୍ୟ ଆଜି ରିଲିଜ ହୋଇଛି । ଏହା ଏକ ସତ୍ୟ ଘଟଣାର କାହାଣୀ ଉପରେ ଆଧାରିତ । ସେପଟେ ମୋଦି ଜୀ କି ବେଟି ମଧ୍ୟ ଆଜି ରିଲିଜ ହୋଇଛି । ଏହା ଏକ କମେଡି ସିନେମା । ସେହିଭଳି କାହାଣୀ ରବର ବ୍ୟାଣ୍ଡବି ଆଜି ସିନେମା ଘରକୁ ଆସିଛି । ଏଥିରେ ଜଣେ ବାଳିକା ଅଜାଣତରେ ଗର୍ଭବତୀ ହେବା ପରେ ତା ଜୀବନ କାହାଣୀ ଉପରେ ଆଧାରିତ ।

ସେହିଭଳି ମୋଟ ୫ ଜଣ କଳାକାରଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ସିନେମା ମିଡ ଡେ ମିଲ ମଧ୍ୟ ରିଲିଜ ହୋଇଛି । ଏହି ସିନେମାରେ ହୋଟେଲରେ କାମ କରୁଥିବା ଜଣେ ବ୍ୟକ୍ତି କିଭଳି ଗାଁର ପିଲାମାନଙ୍କ ବିକାଶ ପାଇଁ ସଂଘର୍ଷ କରୁଛି ତା ଉପରେ ଆଧାରିତ । ଅନ୍ୟପଟେ ଦେଶର ସମ୍ବିଧାନ ଓ ରାଜନୀତିକୁ ନେଇ ପ୍ରସ୍ତୁତ ହୋଇଥିବା ସିନେମା ଆଇ ଲଭ ୟୁ ଲୋକତନ୍ତ୍ର ମଧ୍ୟ ଆଜି ରିଲିଜ ହୋଇଛି । ଏହା ଭାରତୀୟ ରାଜନୀତି ଉପରେ ଏକ ବ୍ୟଙ୍ଗ ବୋଲି କୁହାଯାଇଛି ।

ଜଣେ ବ୍ୟବସାୟୀ ଓ ଚା ଦୋକାନୀଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହେଶଇଥିବା ସିନେମା ଜଗୁ କି ଲାଲଟେନ ମଧ୍ୟ ସିନେମା ଘରରେ ଆଜି ଦେଖିବାକୁ ମିିଳିଛି । ସେପଟେ ଜଣେ ଗରୀବ ଘରର ଝିଅ ଗୋଟେ ଧନୀ ଘରେ ବାହାହେବା ପରେ ତା ଜୀବନର ମୋଡ କିଭଳି ବଦଳି ଯାଉଛି ତାହାକୁ ନେଇ ପ୍ରସ୍ତୁତ ସିନେମା କରତୁତ ମଧ୍ୟ ରିଲିଜ ହୋଇଛି ।