କନକ ବ୍ୟୁରୋ : ସିନେମା ପ୍ରଯୋଜକ ଓ ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କର ମୃତ୍ୟୁ ହୋଇଛି । ଅଭିନେତା ଅରମାନ କୋହଲିଙ୍କ ପିତା ରାଜକୁମାରଙ୍କ ମୃତଦେହ ତାଙ୍କ ବାଥରୁମରୁ ମିଳିଛି । ଶୁକ୍ରବାର ସକାଳ ୮ଟା ବେଳେ ଏନେଇ ଖବର ଆସିଛି । ଅରମାନଙ୍କ ବନ୍ଧୁ ତଥା ପ୍ରମୋଟର ବିଜୟ ଗ୍ରୋଭର ଏନେଇ ସୂଚନା ଦେଇଛନ୍ତି । କୁହାଯାଉଛି କି, ରାଜକୁମାର ଆଜି ସକାଳେ ଗାଧୋଇବାକୁ ବାଥରୁମ ଯାଇଥିଲେ । ହେଲେ ଅନେକ ସମୟ ଧରି ସେ ବାଥରୁମରୁ ନବାହାରିବା ଅରମାନ କବାଟ ଖୋଲି ଦେଖନ୍ତି ତ ରାଜକୁମାର ବାଥରୁମରେ ପଡି ରହିଛନ୍ତି ।

Advertisment

ଏହାପରେ ରାଜକୁମାରଙ୍କୁ ନିକଟସ୍ଥ ହସ୍ପିଟାଲ ଅଣାଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କର ଅନ୍ତିମ ସଂସ୍କାର ଆଜି ସନ୍ଧ୍ୟାରେ ହେବ । ରାଜକୁମାର ତାଙ୍କ ସିନେମା ଜୀବନ ମଧ୍ୟରେ ଦୁଲ୍ଲା ଭଟ୍ଟୀ, ଲୁଟେରା, ନାଗୀନ, ଜାନୀ ଦୁଷ୍ମନ, ବଦଲେ କି ଆଗ, ନୌକର ବିବି କା, ରାଜ ତିଲକ ଭଳି ସିନେମାରେ ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ।

କେବଳ ନିଦ୍ଦେଶନା ନୁହେଁ ରାଜକୁମାର ଅନେକ ଫିଲ୍ମର ପ୍ରଯୋଜକ ଥିଲେ । ତାଙ୍କ ପୁଅ ଅରମାନ କୋହଲି ଜଣେ ବଲିଉଡର ଅଭିନେତା ।