ଡ୍ରଗ୍ସ ମାମଲାରେ ବଲିଉଡ ନିର୍ଦ୍ଦେଶକ କ୍ଷୀତିଶ ପ୍ରସାଦ ଗିରଫ । ଡାକ୍ତରୀ ମାଇନା ହେବା ପରେ କୋର୍ଟଚାଲାଣ : ସେପଟେ ଦୀପିକା, ଶ୍ରଦ୍ଧା ଓ ସାରାଙ୍କ ମୋବାଇଲ ଜବତ

294

କନକ ବ୍ୟୁରୋ : ଏନସିବିରେ ବଲିଉଡ ନିର୍ଦ୍ଦେଶକ କ୍ଷୀତିଶ ପ୍ରସାଦ । ବଲିଉଡରେ ଡ୍ରଗ୍ସ କାରବାର ନେଇ ଖୋଳତାଡ ସମୟରେ କରୋନ ଜୋହରଙ୍କ ଧର୍ମା ପ୍ରଡକ୍ସନ ହାଉସରେ ଛାନଭିନ୍ କରି ଡ୍ରଗ୍ସ ଜବତ କରିଥିଲା ଏନସିବି ଟିମ୍ । ଏହି ସମୟରେ କ୍ଷୀତିଶ ପ୍ରସାଦଙ୍କୁ ଆଣି ଜେରା କରୁଥିଲା ଏନସିବି ।

ଏହା ପରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ଆସିଥିଲା । ଆଜି ନାରକୋଟିକ୍ସ ବ୍ୟୁରୋ କ୍ଷୀତିଶ ପ୍ରସାଦଙ୍କୁ ଡାକ୍ତରୀ ମାଇନା କରାଇଛି । ଏହା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । କ୍ଷୀତିଶ ପ୍ରସାଦ ବିଶିଷ୍ଟ ଚଳଚିତ୍ର ନିର୍ଦ୍ଦେଶକ ପ୍ରଯୋଜକ କରନ ଜୋହରଙ୍କ ଡାହାଣ ହାତ ବୋଲି କୁହାଯାଇଥାଏ ।