ମହିଳା ବିଜନେସ ମେଳାରେ ବଲିଉଡ ନିର୍ଦ୍ଦେଶକ ଇମତିଆଜି ଅଲ୍ଲୀ: କହିଲେ, ରସଗୋଲା ଓଡ଼ିଶାର କହି ରାଜ୍ୟର ଦାବିକୁ କଲେ ସମର୍ଥନ

128

କନକ ବ୍ୟୁରୋ: ରସଗୋଲା ଆମର ବୋଲି ଦାବି କରୁଥିବା ଓଡିଶାକୁ ଆଜି ବଡ ସମର୍ଥନ ମିଳିଛି । ଏହି ଦାବିକୁ ସମର୍ଥନ କରିଛନ୍ତି ବଲିଉଡର ବିଶିଷ୍ଟ ନିର୍ଦ୍ଦେଶକ ଇମିତିଆଜ୍ ଅଲ୍ଲୀ । ଭୁବନେଶ୍ୱରରେ ଆୟୋଜିତ ବିଜିନେସ ମେଳାରେ ଅତିଥି ଭାବେ ଯୋଗଦେଇ ଇମିତଆଜ ଅଲ୍ଲୀ କହିଛନ୍ତି, ରସଗୋଲା ଓଡିଶାର । ଆଉ ଏହି ପ୍ରସଙ୍ଗରେ ସେ ଓଡିଶା ସାଙ୍ଗରେ ଅଛନ୍ତି । ସେ ଆହୁରି କହିଛନ୍ତି, ଓଡିଶାର ଛେନାପୋଡ ବି ଭଲ ଲାଗେ । ଆଇଡବ୍ଲୁଇସିର ସହ ସଂଯୋଜିକା ତନୟ ପଟ୍ଟନାୟକ ସାକ୍ଷାତକାର ନେବା ସମୟରେ ରସଗୋଲା ଓ ଛେନାପୋଡ ବିଷୟରେ ଏହା କହିଛନ୍ତି ଇମିତିଆଜ ଅଲ୍ଲୀ । ରାଜ୍ୟର ବିଭିନ୍ନ ଅଂଚଳ ବୁଲି ରାଜ୍ୟର ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣିଥିବା କହିଛନ୍ତି ବଲିଉଡର ଏହି ନିର୍ଦ୍ଦେଶକ ।