ଭୋଟରଙ୍କ ଧାଡିରେ ବଲିଉଡ୍ ସୁପରଷ୍ଟାର । ମତ ଅଧିକାର ସାବ୍ୟସ୍ତ କଲେ ମାଧୁରୀ ଦିକ୍ଷିତ, ଅଜୟ ଦେବଗନ୍, କାଜଲ, ଅମିର୍ ଖାନ୍

ସେପଟେ ଭୋଟ ଦେଲେ ପ୍ରିୟଙ୍କା ଚୋପ୍ରା, ଅନୁପମ୍ ଖେର୍ ଏବଂ କଂଗ୍ରେସ ସାଂସଦ ପ୍ରାର୍ଥୀ ଉର୍ମିଳା ମାତୋଣ୍ଡକର

136

କନକ ବ୍ୟୁରୋ: ଭୋଟ ଦେଲେ ବଲିଉଡ ଅଭିନେତ୍ରୀ ତଥା କଂଗ୍ରେସ ସାଂସଦ ପ୍ରାର୍ଥୀ ଉର୍ମିଳା ମାତୋଣ୍ଡକର । ମୁମ୍ବାଇ ଉତରରୁ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢୁଛନ୍ତି ଉର୍ମିଳା । ଭୋଟ ଦେବା ପରେ ନିଜର ଜିତ୍ ଶୁନିଶ୍ଚିତ ବୋଲି କହିଛନ୍ତି ଉର୍ମିଳା ।

aermech.com

ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଭୋଟ ଦେଇଛନ୍ତି । ମୁମ୍ବାଇ ବରସୋଭା ଆସନରୁ ଭୋଟ ଦେଇଛନ୍ତି ପ୍ରିୟଙ୍କା । ପ୍ରିୟଙ୍କା ଭୋଟ କେନ୍ଦ୍ରକୁ ଯିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

 

ବଲିଉଡ ଅଭିନେତା ଆମୀର ଖାନ ଓ ତାଙ୍କ ପତ୍ନୀ କିରଣ ରାଓ ମୁମ୍ବାଇରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ସାଧାରଣ ଲୋକଙ୍କ ପରି ଏହି ବଲିଉଡ ଷ୍ଟାର ଭୋଟ ଦେଇଛନ୍ତି । କଡା ସୁରକ୍ଷାବଳୟରେ ଏମାନେ ମତଦାନ କେନ୍ଦ୍ରରେ ପହଁଚିଥିଲେ ।

ସେହିପରି ବଲିଉଡ ନୈନେ ମାଧୁରୀ ଦୀକ୍ଷିତ ବି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ମୁମ୍ବାଇ ଜୁହୁରେ ଭୋଟ ଦେଇଛନ୍ତି ମାଧୁରୀ । ମାଧୁରୀଙ୍କୁ ଦେଖିବା ପାଇଁ ଭୋଟ କେନ୍ଦ୍ର ପରିସରରେ ଭିଡ ଦେଖିବାକୁ ମିଳିଥିଲା ।

ବଲିଉଡ ଆକ୍ଟ୍ରେସ ଭାଗ୍ୟଶ୍ରୀ ଭୋଟ ଦେଇଛନ୍ତି । ମୁମ୍ବାଇ ଜାମ୍ନା ଭାଇ ସ୍କୁଲରେ ହୋିଥିବା ମତଦାନ କେନ୍ଦ୍ରରେ ସେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ସେପଟେ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କୁ ମଧ୍ୟ ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଛି । ନିଜ ସ୍ୱାମୀଙ୍କ ସହ ସୋନାଲୀ ମୁମ୍ବାଇର ଜାମ୍ନା ଭାଇ ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରରେ ପହଁଚି ଭୋଟ ଦେଇଛନ୍ତି । ଟ୍ୱିଙ୍କିଲ ଖାନ୍ନା ମଧ୍ୟ ଭୋଟ ଦେଇଛନ୍ତି ମୁମ୍ବାଇ ଜୁହୁ ଆସନ ପାଇଁ ସେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ବୁଥ ନମ୍ବର ୨୩୫ରେ ସେ ଭୋଟ ଦେଇଛନ୍ତି ।

ମୁମ୍ବାଇ ଜୁହୁ ଲୋକସଭା ଆସନରୁ ଭୋଟ ଦେଇଛନ୍ତି ବଲିଉଡ ଷ୍ଟାର ଅନୁପମ ଖେର । ସାଧାରଣ ଭୋଟରଙ୍କ ପରି ଧାଡିରେ ଆସି ଭୋଟ ଦେଇଛନ୍ତି ଅନୁପମ ।

ବଲିଉଡ ସିଂଘମ ଅଜୟ ଦେବଗନ ଓ କାଜୋଲ ମଧ୍ୟ ଭୋଟ ଦେଇଛନ୍ତି । ମୁମ୍ବାଇ ଜୁହୁ ଲୋକସଭା ଆସନରୁ ଏହି ଷ୍ଟାର ଯୋଡି ଭୋଟ ଦେଇଛନ୍ତି । ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କଙ୍ଗନ ରଣାୱତ ବି ଆଜି ମୁମ୍ବାଇରେ ଭୋଟଦାନ କରିଛନ୍ତି । ମୁମ୍ବାଇରେ ସେ ଆଜି ଭୋଟ ଦେଇଛନ୍ତି । ଫ୍ୟାସନ, ତନୁ ୱେଡସ ମନୁ, ମଣିକର୍ଣ୍ଣିକା, କ୍ୱିନ ଭଳି ହିଟ ଫିଲ୍ମରେ କଙ୍ଗନ ଅଭିନୟ କରିଛନ୍ତି ।