ମାଫିଆଙ୍କ ଟାର୍ଗେଟରେ ବଲିଉଡ୍ ! ଦେଖନ୍ତୁ କେଉଁ କେଉଁ ସେଲିବ୍ରିଟିଙ୍କୁ ମିଳିଥିଲା ହତ୍ୟା ଧମକ

22

ବଲିଉଡ ଏବଂ ମାଫିଆ ମଧ୍ୟରେ ସଂପର୍କ ବହୁ ପୁରୁଣା । ନିକଟରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ମାରିଦେବାର ଧମକ ମିଳିଥିଲା । ଯାହାପରେ ଇତିହାସର ପୁନରାବୃତ୍ତି ହୋଇଛି । କାରଣ ଏମିତି ଧମକ ପାଇବାରେ ଆଲିଆ ପ୍ରଥମ ସେଲିବ୍ରିଟି ନୁହଁନ୍ତି । ଏହା ପୂର୍ବରୁ ମଧ୍ୟ ଅନେକ ଲୋକପ୍ରିୟ ସେଲିବ୍ରିଟିଙ୍କୁ ଏପରି ଧମକ ମିଳିସାରିଛି ।

ଅକ୍ଷୟ କୁମାର : କିଛି ଦିନ ପୂର୍ବେ ଯେତେବେଳେ ଅକ୍ଷୟ କୁମାର ନିଜ ଘରେ କାମ କରୁଥିବା ବାଇକୁ ବାହାର କରିଦେଇଥିଲେ ସେତେବେଳେ ତାଙ୍କ ପାଖକୁ ଅଜଣା ନମ୍ବରରୁ କଲ୍ ଆସିବା ଆରମ୍ଭ ହୋଇଥିଲା । ବ୍ୟକ୍ତି ଜଣକ ନିଜକୁ ଜଣେ ଗ୍ୟାଙ୍ଗ୍ ଷ୍ଟାରର ପରିଚୟ ଦେଇ କହିଥିଲେ ବାଇକୁ କାମରୁ ବାହାର କରି ବହୁତ ବଡ ଭୁଲ କରିଛନ୍ତି । ତେବେ ପୁଲିସ୍ ଏହି ମାମଲାର ଛାନଭିନ୍ ମଧ୍ୟ ଆରମ୍ଭ କରିଥିଲା । କିନ୍ତୁ କିଛି ଦିନ ପରେ ଧୀରେ ଧୀରେ ମାମଲାଟି ବନ୍ଦ ହୋଇ ଯାଇଥିଲା ।

ସୋନୁ ନିଗମ : ବଲିଉଡର ଏହି ଲୋକପ୍ରିୟ ଗାୟକ ଏକ ଇଭେଣ୍ଟ ମ୍ୟାନେଜମେଂଟ୍ କମ୍ପାନୀ ସହ ଚୁକ୍ତି ସ୍ୱାକ୍ଷର କରିଥିଲେ । କିନ୍ତୁ ଅଣ୍ଡରୱଲର୍ଡ ଡନ୍ ଛୋଟା ସକିଲ୍ ଓ ଦାଉଦ୍ ଇବ୍ରାହିମଙ୍କ କାରଣରୁ ଏଥିରେ ସୋନୁ କାମ କରି ପାରିନଥିଲେ । କାରଣ ସେମାନେ ସୋନୁଙ୍କୁ ଧମକ ଦେଇଥିଲେ ଯେ ଏହି କମ୍ପାନୀ ସହ କାମ ନକରି ଅନ୍ୟ କୌଣସି କମ୍ପାନୀ ସହ କାମ କର ବୋଲି । କିନ୍ତୁ ଏହି ଧମକରେ ସୋନୁ ନା ଡରିଯାଇ ଥିଲେ ନା ଏ ନେଇ ଥାନାରେ ନା କୌଣସି ଅଭିଯୋଗ କରିଥିଲେ । ବରଂ ସେ ସହି ଇଭେଂଟ୍ ମ୍ୟାନେଜମେଂଟ୍ କମ୍ପାନୀ ସହ ହି କାମ କରିିଥିଲେ ।

କଙ୍ଗନା ରଣାୱତ୍ : କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀଙ୍କ କେହି ଜଣେ ଅଜଣା ବ୍ୟକ୍ତି ସବୁବେଳେ ପିଛା କରୁଥିଲା, ଯିଏ ୨୦୦୭ ତାଙ୍କ ମୁହଁରେ ଏସିଡ୍ ଫିଙ୍ଗିଥିଲା । ତେବେ ଉକ୍ତ ବ୍ୟକ୍ତି ଜଣକ କଙ୍ଗନାଙ୍କ ଉପରକୁ ମଧ୍ୟ ଏସିଡ୍ ଫିଙ୍ଗିବାର ଧମକ ଦେଇଥିଲେ  । ଏହା ପରେ କଙ୍ଗନା ଏନେଇ ପୁଲିସରେ ଅଭିଯୋଗ କରିଥିଲେ । ତେବେ ଅଭିଯୋଗର କିଛି ଦିନ ପରେ ଅବିନାଶ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରିଥିଲା ।

ମଲ୍ଲିକା ଶେରାୱତ୍ : ଯେତେବେଳେ ମଲ୍ଲିକା ଘୋଷଣା କରିଥିଲେ କି ସେ ଭଂୱରୀ ଦେବୀଙ୍କ ଜୀବନ ଉପରେ ଆଧାରିତ ସିନେମାରେ କାମ କରିବେ, ସେତେବେଳେ ତାଙ୍କୁ ଜୀବନରୁ ମାରିଦେବାର ଧମକ ମିଳିବା ଆରମ୍ଭ ହୋଇଥିଲା । ତେବେ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । କିନ୍ତୁ ପରେ ଏହାକୁ ଏକ ପବ୍ଲିସିଟି ଷ୍ଟଂଟ୍ ବୋଲି କୁହାଯାଇଥିଲା । ଏହି ସିନେମାର ନାଁ ଥିଲା ‘ଡର୍ଟି ପଲିଟିକ୍ସ’ ।

ରାମ୍ ଗୋପାଳ ବର୍ମା : ସିନେମା ‘ସତ୍ୟା’ ସମୟରେ ରାମ୍ ଗୋପାଳ ବର୍ମାଙ୍କୁ ମଧ୍ୟ ଜୀବନରୁ ମାରିଦେବାର ଧମକ ମିଳିଥିଲା । ସିନେମାରେ କିଛି ଡାଇଲଗ୍ ଥିଲା ଯାହା ଡନ୍ ଛୋଟା ରାଜନ୍ ଉପରେ ଥିଲା । ତେଣୁ ଛୋଟା ରାଜନଙ୍କ କିଛି ସହଯୋଗୀଙ୍କୁ ରାମୁଙ୍କ ଏହି ସିନେମା ରିଲିଜ୍ କରାଇ ନଦେବାକୁ ଚେଷ୍ଟା କରିବା ସହ ହତ୍ୟା ଧମକ ମଧ୍ୟ ଦେଇଥିଲେ । ତେବେ କଡା ପୁଲିସ୍ ସୁରକ୍ଷା ମଧ୍ୟରେ ରାମୁ ଏହା ସିନେମା ରିଲିିଜ୍ କରାଇଥିଲେ ।

ରାକେଶ୍ ରୋଶନ୍ : ବର୍ଷ ୧୯୯୯ରେ ଅଣ୍ଡରୱଲର୍ଡର କିଛି ଗ୍ୟାଙ୍ଗଷ୍ଟାର୍ ରାକେଶ୍ ରୋଶନଙ୍କୁ ଟଙ୍କା ଧମକ ଦେବା ସହ ଟଙ୍କା ମାଗିଥିଲେ । କିନ୍ତୁ ଯେତେବେଳେ ରାକେଶ୍ ଏହି ଧମକକୁ ଉପେକ୍ଷା କରିଥିଲେ ସେତବେବେଳେ ତାଙ୍କୁ ମାରିଦେବାର ଚେଷ୍ଟା ମଧ୍ୟ କରାଯାଇଥିଲା । ରାକେଶ୍ ନିଜ ଅଫିସରୁ ବାହାରିବା ସମୟରେ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିଲେ । ଗୁଳିଟି ତାଙ୍କ ହାତରେ ବାଜିବା ପରେ ଛାତିରେ ବାଜିଥିଲା । ତେବେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯିବାରୁ ସେ ବଂଚି ଯାଇଥିଲେ ।

କରଣ ଜୋହର : କରଣ ଜୋହର ଜଣେ ଏମିତି ସେଲିବ୍ରିଟି ଯାହାଙ୍କୁ ଥରେ ନୁହେଁ ଅନେକ ଥର ଜୀବନରୁ ମାରିଦିଆ ଯିବାର ଧମକ ମିଳି ସାରିଛି । ତାଙ୍କର ପ୍ରଥମ ସିନେମା ‘କୁଛ୍ କୁଛ୍ ହୋତା ହୈ’ ରିଲିଜ୍ ପୂର୍ବରୁ କେହି ଜଣେ ତାଙ୍କ ମା’ଙ୍କୁ ଫୋନ୍ କରି ଧମକ ଦେଇଥିଲେ । ତେବେ କରଣଙ୍କ କହିବା ଅନୁଯାୟୀ, ଶାହାରୁଖ୍ ସବୁବେଳେ ତାଙ୍କ ପାଖେ ପାଖେ ରହି ଆସିଛନ୍ତି । ଆଉ ଏପରି ଧମକ ସମୟରେ ମୟ ଶାହାରୁଖ ତାଙ୍କୁ ଭାଇ ପରି ସହଯୋଗ କରି ଆସିଛନ୍ତି  ।

ବୋନି କପୁର୍ : ବୋନି କପୁରଙ୍କୁ ମଧ୍ୟ ଗ୍ୟାଙ୍ଗଷ୍ଟାର୍ ରବି ପୁଜାରୀ ଗ୍ୟାଙ୍ଗର ଜଣେ ସଦସ୍ୟ ଜୀବନରୁ ମାରିବାର ଧମକ ଦେଇଥିଲା । ଗତବର୍ଷ ଫେବ୍ରୁଆରୀରେ ତାଙ୍କ ଘରୁ ଡକାୟତି ମଧ୍ୟ ହୋଇଥିଲା । ଯେଉଁଥିରେ ୬ଲକ୍ଷ ଟଙ୍କା ସହ କିଛି ଅଳଙ୍କାର ମଧ୍ୟ ଚୋରୀ ହୋଇଥିଲା । ଏହି ମାମଲାରେ ଦୁଇ ଜଣ ଗିରଫ ମଧ୍ୟ ହୋଇଥିଲେ । ତେବେ ଗିରଫ ହୋଇଥିବା ଯୁବକ ଉକ୍ତ ଗ୍ୟାଙ୍ଗଷ୍ଟାର ସଦସ୍ୟ କି ନାହିିଁ ଜଣା ପଡିନଥିଲା ।

ଆୟେଶା ଟାକିଆ : ୨୦୧୧ରେ ଆୟେଶାଙ୍କୁ ଅଣ୍ଡରୱଲର୍ଡର ଧମକ ମିଳିଥିଲା । ଯାହାପରେ ଆୟେଶାଙ୍କ ସ୍ୱାମୀ ଫରହାନ୍ ଆଜମୀ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦେଇଥିଲେ ।