ସଂସଦରେ କାଷ୍ଟିଂ କାଉଚ ଝଡ । ବିଜେପି ସାଂସଦ ରବି କିଷନ କହିଲେ, ମାମଲାକୁ ଗମ୍ଭୀରତାର ସହ ନେବାର ରହିଛି ଆବଶ୍ୟକତା । ପ୍ଲାକାଡ ଧରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ରୁପା ଗାଙ୍ଗୁଲି

378

କନକ ବ୍ୟୁରୋ : ସଂସଦରେ କାଷ୍ଟିଂ କାଉଚ ଝଡ । ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପଙ୍କୁ ନେଇ ଅଭିନେତ୍ରୀ ପାୟଲ ଘୋଷ ଆଣିଥିବା ଅଭିଯୋଗକୁ ନେଇ ସଂସଦରେ ଝଡ ଉଠିଛି । ବିଜେପି ସାଂସଦ ରବି କିଷନ କହିଛନ୍ତି, ମାମଲାକୁ ଗମ୍ଭୀରତାର ସହ ନେବାର ଆବଶ୍ୟକତା ରହିଛି । ସେପଟେ ପ୍ଲାକାଡ ଧରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ରୁପା ଗାଙ୍ଗୁଲି ।

ଏହାସହ ପାୟଲ ପୁଣି ନିଜ ଅଭିଯୋଗ ଦୋହରାଇଛନ୍ତି । ସେ କହିଛନ୍ତି ଯେ, ଯାହା କହିଛନ୍ତି ସତ କହିଛନ୍ତି । ଅପରପକ୍ଷରେ ଅଭିଯୋଗକୁ ଅନୁରାଗ ଖଣ୍ଡନ କରିଛନ୍ତି ।

ବଲିଉଡ ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ କରିଥିଲେ । ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନ୍ୟାୟ ପାଇଁ ପ୍ରଧାମନ୍ତ୍ରୀଙ୍କୁ ଗୁହାରି ମଧ୍ୟ କରିଥିଲେ ।

ପରେ ଅନୁରାଗ କଶ୍ୟପ ମଧ୍ୟ ତାଙ୍କ ପ୍ରତିକ୍ରିୟା ରଖିଥିଲେ । ସେ ପାୟଲଙ୍କ ଅଭିଯୋଗକୁ ଭିତ୍ତିହିନ କହିବା ସହ ତାଙ୍କୁ ଚୁପ କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଥିଲେ । ଏହାସହ ଅଭିନେତ୍ରୀ ନିଜ ସମ୍ମାନ ର କ୍ଷା କରନ୍ତୁ ବୋଲି ସେ କହିଥିଲେ । ସେପଟେ ବଲିଉଡ ଅଭିନେତ୍ରୀ କଙ୍ଗନା ମଧ୍ୟ ପାୟଲଙ୍କ ପାଇଁ ନ୍ୟାୟ ମାଗିଥିଲେ ।