କନକ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧିହେଲ ବଲିଉଡର ଚୁଲବୁଲି ଅଭିନେତ୍ରୀ ମୌନୀ ରଏ । ବଲିଓଡର ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କୁ ତାଙ୍କ ଜିବନ ସାଥୀ ମିଳିଯାଇଛି । ଯୁବ ଉଦ୍ୟେଗୀ ସୁରଜ ନାମ୍ବିଆରଙ୍କୁ ଜିବନ ସାଥି ରୁପରେ ବାଛିଛନ୍ତି ମୌନି । ସୁରଜ ଜଣେ ଦକ୍ଷିଣ ଭାରତୀୟ ହୋଇଥିବାରୁ ବିବାହଟି ସମ୍ପୂର୍ଣ୍ଣ ଦକ୍ଷିଣ ଭାରତୀୟ ପରମ୍ଫରାରେ ଅନୁଷ୍ଠିତ ହୋଇଛି ।
ଏହି ଅବସରରେ ପାରମ୍ଫରିକ ବସ୍ତ୍ରରେ ନଜର ଆସିଛନ୍ତି ଅଭିନେତ୍ରୀ ଜଣକ । ଗୋଆରେ ଆୟୋଜିତ ବିବାହ କାର୍ଯ୍ୟକ୍ରମରେ ହାତ ଗଣତି ବନ୍ଧୁ ଓ ସମ୍ଫର୍କୀୟଙ୍କୁ ଆମନ୍ତ୍ରିତ କରାଯାଇଥିଲା । ବିବାହ ପରେ ସ୍ୱାମୀ ସୁରଜଙ୍କ ସହ ପ୍ରଥମ ଫଟୋ ସେୟାର କରିଛନ୍ତି ମୌନି । ଯେଉଁଥିରେ ତାଙ୍କ ଅଗଣିତ ଫ୍ୟାନ ଓ ବିଶିଷ୍ଠ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିବାହ ମୁହୁର୍ତର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/37-18.jpg)