କନକ ବ୍ୟୁରୋ : ବଲିଉଡରୁ ଆସିଲା ଦୁଃଖଦ ଖବର । ବଲିଉଡର ଲୋକପ୍ରିୟ ଆର୍ଟ ଡାଇରେକ୍ଟର ନୀତିନ ଦେଶାଇଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି । ନୀତିନ ବୁଧବାର ସକାଳେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ କେଉଁ ନିର୍ଦ୍ଦିଷ୍ଟ କାରଣରୁ ନୀତିନ ଆତ୍ମହତ୍ୟା ଭଳି ରାସ୍ତାକୁ ବାଛିଲେ ତାହା ସ୍ପଷ୍ଟ ହୋଇନାହିଁ ।

Advertisment

ନୀତିନଙ୍କ ମୃତଦେହ କର୍ଜତ ସ୍ଥିତ ଏନ.ଡି ଷ୍ଟୁଡିଓରୁ ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ମିଳିଥିବା ସୂଚନା ମୁତାବକ, ନୀତିନ ଭୋର ପ୍ରାୟ ସାଢେ ୪ଟାରୁ ୫ଟା ମଧ୍ୟରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । କର୍ଜତର ବିଧାୟକଙ୍କ କହିବା ଅନୁଯାୟୀ, ଆର୍ଥିକ ସମସ୍ୟା କାରଣରୁ ନୀତିନ ଆତ୍ମହତ୍ୟା କରିଛନ୍ତି । ଦୀର୍ଘ ଦିନ ହେବ ନୀତିନ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ । ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିବେ ବୋଲି କହିଛନ୍ତି କର୍ଜତର ବିଧାୟକ ।

ନୀତିନ ୧୯୮୯ରେ ପରିନ୍ଦା ଫିଲ୍ମରେ ଆର୍ଟ ଡାଇରେକ୍ଟର ଭାବେ ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ଅନେକ ସୁପରହିଟ୍ ଫିଲ୍ମ ପାଇଁ ସେ ସେଟ୍ ଡିଜାଇନ ମଧ୍ୟ କରିଛନ୍ତି । ପ୍ୟାର ତୋ ହୋନା ହି ଥା, ହମ ଦିଲ୍ ଦେ ଚୁକେ ସନମ, ମିଶନ କାଶ୍ମୀର, ରାଜୁ ଚାଚା, ଦେବଦାସ, ଲଗାନ, ବାଜିରାଓ ମସ୍ତାନୀ ଭଲି ସୁପରହିଟ୍ ଫିଲ୍ମରେ ଆର୍ଟ ଡାଇରେକ୍ଟର ଭାବେ କାମ କରିଥିଲେ ନୀତିନ ।