ବଲିଉଡରେ ଡ୍ରଗ୍ସ କାରବାର ମାମଲା, ଅଭିନେତା ଅରମାନ କୋହଲି ଗିରଫ

354

କନକ ବ୍ୟୁରୋ : ବଲିଉଡରେ ଡ୍ରଗ୍ସ କାରବାର ନେଇ ପୁଣିଥରେ ଆକ୍ସନ ମୋଡକୁ ଆସିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) । ଏହି ମାମଲାରେ ଗତକାଲି ବଲିଉଡ ଅଭିନେତା ତଥା ବିଗ ବସ୍-୭ ପ୍ରତିଯୋଗୀ ଅରମାନ କୋହଲିଙ୍କ ଘରେ ଏନସିବି ଚଢାଉ କରିଥିଲା । ଏହି ଚଢାଉ ବେଳେ ଜୁହୁ ସ୍ଥିତି ତାଙ୍କ ବାସଭବନରୁ ଡ୍ରଗ୍ସ ମିଳିବା ପରେ ଏନସିବି ତାଙ୍କୁ ଗିରଫ୍ କରିଛି । ନ୍ୟୁଜ ଏଜେନ୍ସି ଏଏନଆଇର ସୂଚନା ମୁତାବକ ଚଢାଉ ବେଳେ ଅରମାନଙ୍କ ଘରୁ ଡ୍ରଗ୍ସ ଜବତ ହୋଇଛି । ଏହାପରେ ତାଙ୍କୁ ଗିରଫ୍ କରାଯାଇ ପଚରା ଉଚରା ପାଇଁ ଥାନାକୁ ନିଆଯାଇଛି । ଏନସିବିର ମୁମ୍ବାଇ କ୍ଷେତ୍ର ନିର୍ଦ୍ଦେଶକ ସମୀର ବାନଖେଡେ ବି କହିଛନ୍ତି କି ଅରମାନଙ୍କ ଘରୁ ଡ୍ରଗ୍ସ ଜବତ ହୋଇଛି ।  ସମୀର ବାନଖେଡେ କହିଛନ୍ତି କି ନାର୍କୋଟିକ୍ସ କଣ୍ଟ୍ରେଲ ବ୍ୟୁରୋ ଧାରା ୧୯୮୫ ମୁତାବକ ଅଭିନେତାଙ୍କ ଘରେ ଚଢାଉ କରାଯାଇଥିଲା । ଏବେ ମାମଲାର ଯାଂଚ କରାଯାଉଛି ।

କହିରଖୁ କି ଅଭିନେତା ସୁଶାନ୍ତସିଂ ରାଜପୁତଙ୍କ ମୃତ୍ୟୁପରେ ବଲିଉଡରେ ଡ୍ରଗ୍ସ କାରବାର ରୋକିବାକୁ ଅଣ୍ଟା ଭିଡିଛି ଏନସିବି । ଏହି ମାମଲାରେ ବଲିଉଡର ବଡ଼ବଡ କଳାକାର ଓ ପରିଚିତ ଲୋକମାନଙ୍କୁ ଏନସିବି ପଚରା ଉଚରା କରିବା ସହ କିଛିଙ୍କୁ ଗିରଫ୍ କରିଛି । ହେଲେ ମାୟା ନଗରୀରେ ଧଳଜହରର ମାୟା ଜାଲ କେତେ ବାଟ ପର୍ଯ୍ୟନ୍ତ ଲମ୍ବିଛି ତାହାର ଚେର ପାଇବାକୁ ଏନସିବି ଏବେ ବି କସରତ ଜାରି ରଖିଛି ।