କନକ ବ୍ୟୁରୋ: ବଲିଉଡ ଅଭିନେତା ଅକ୍ଷୟ କୁମାର ନିଜ ପ୍ରିୟ ହେୟାର ଡ୍ରେସର ମିଲାନ ଯାଦବଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରି ଏକ ଭାବବିହ୍ୱଳ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ସେ ହେୟାରଡ୍ରେସର ମିଲାନ ଯାଦବଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି । ସେ ତାଙ୍କର ୧୫ ବର୍ଷର କାର୍ୟ୍ୟ ଅଭିଜ୍ଞତାକୁ ମନେପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅକ୍ଷୟ କୁମାର ତାଙ୍କ ଇନଷ୍ଟାଗ୍ରାମରେ ହେୟାରଡ୍ରେସର ମିଲାନ ଯାଦବଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଏହି ଚିତ୍ରରେ ମିଲାନ ଅକ୍ଷୟ କୁମାରଙ୍କ କେଶ ଠିକ୍ କରୁଥିବାର ନଜର ଆସିଛି ।
ଏହି ଫଟୋ ପୋଷ୍ଟ କରିବା ସମୟରେ ଅକ୍ଷୟ କୁମାର ଲେଖିଥିଲେ ଯେ ‘ଆପଣଙ୍କର କୌତୁକିଆ ହେୟାର ଷ୍ଟାଇଲ୍ ଏବଂ ହସ ହେତୁ ଆପଣ ଭିଡ଼ମଧ୍ୟରେ ଭିନ୍ନ ଦେଖାଯାଉଥିଲେ । ତୁମେ ସବୁବେଳେ ଯତ୍ନ ନେଇଛ ଯେ ମୋର ଗୋଟିଏ ବି କେଶ ଅସଜଡା ନୁହେଁ’ । ଅକ୍ଷୟ ଆହୁରି ମଧ୍ୟ ଲେଖିଛନ୍ତି ଯେ ‘ମିଲାନ ଯାଦବ ୧୫ ବର୍ଷରୁ ଅଧିକ ସମୟ ଧରି ମୋର ହେୟାରଡ୍ରେସର ଥିଲେ। ମୁଁ ତଥାପି ବିଶ୍ୱାସ କରିପାରିବି ନାହିଁ ଯେ ଆପଣ ଆମ ସହିତ ନାହାଁନ୍ତି । ଆପଣ ସବୁବେଳେ ମୋର ମନେ ପଡୁଥିବେ’ ।