ବଲିଉଡ୍ ଅଭିନେତା ଏଜାଜ୍ ଖାନ୍ କୁ ମୁମ୍ବାଇ ପୋଲିସ୍ ଗୁରୁବାର ଗିରଫ କରିଛି । ଟିକଟକ୍ ଷ୍ଟାର ଫେଜୁଙ୍କ ସମର୍ଥନରେ ଭିଡିଓ କରିଥିବା ନେଇ ତାଙ୍କ ଉପରେ ଅଭିଯୋଗ ଲାଗିଛି । ବାସ୍ତବରେ ଏହି ମାମଲା ମହାରାଷ୍ଟ୍ର ଭିଡହିଂସା ସହ ଜଡିତ ଅଛି । ନିକଟରେ ଟିକଟକରେ ୭ ଜଣ ଯୁବକ ତବରେଜ୍ ଅନ୍ସାରୀ ଭିଡହିଂସା ମାମଲାରେ ଏକ ଭିଡିଓ ଜାରି କରିଥିଲେ । ଏହି ଭିଡିଓକୁ ନେଇ ଚାରିଆଡେ ହୋହଲ୍ଲା ହୋଇଥିଲା । ଏଥିରେ ଟିକଟକ୍ ଷ୍ଟାର ଫେଜୁଙ୍କ ଆକାଉଣ୍ଟ୍ ଡିଲିଟ୍ କରିବା ସହ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି ।
Ramesh Solanki
✔
@Rajput_Ramesh
ତେବେ ଏଜାଜ୍ ଖାନଙ୍କ ଉପରେ ଧର୍ମ ନାଁରେ ଦୁଇ ସମୁଦାୟଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ତଥା ଉସୁକାଇବା ଏବଂ ଏହାର ଭିଡିଓ ସୋସିଆଲ୍ ମିଡିଆରେ ସେୟାର୍ କରିବା ଅଭିଯୋଗରେ ଏଜାଜଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ୍ । ମୁମ୍ବାଇର ପୋଲିସର ସାଇବର୍ ସେଲ୍ ରେ ଏବେ ଏଜାଜଙ୍କୁ ପଚରାଉଚରା କରାଯାଉଛି ।
Follow Us
/kanak/media/post_attachments/wp-content/uploads/2019/07/Faisu-With-Ajaz-Khan-Tik-Tok-Video-1200x630-300x158.jpg)