୪୦୦ କଳାକାରଙ୍କ ଗୀତ ସୁଟ୍ କଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଫିଲ୍ମର ବଜେଟ୍ ୫୦୦ କୋଟି

180

କନକ ବ୍ୟୁରୋ : ଦେଶରେ କରୋନା ଭାଇରସ୍ ଦ୍ୱିତୀୟ ଲହର ପରେ ସୁଟିଂ ପାଇଁ ଅନୁମତି ଦିଆଯାଇଛି । ଜୋରସୋରରେ ଅନେକ ନୂଆ ପ୍ରକଳ୍ପର ଶୁଟିଂ ଆରମ୍ଭ ହୋଇଛି । ସେଥିମଧ୍ୟରୁ ମଣି ରତ୍ନମଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘ପୋନ୍ନିୟିନ୍ ସେଲବନ୍’ ବି ରହିଛି । ଫିଲ୍ମର ସୁଟିଂ ବହୁତ ଦ୍ରୁତ ଗତିରେ ଚାଲିଛି । ଏହା ଏକ ଐତିହାସିକ ଚଳଚ୍ଚିତ୍ର, ଯାହାକି କଲ୍କି କୃଷ୍ଣମୂର୍ତ୍ତିଙ୍କ ଉପନ୍ୟାସ ‘ପୋନ୍ନିୟିନ୍ ସେଲବନ୍’ ଉପରେ ଆଧାରିତ । ଏହି ଉପନ୍ୟାସ ୧୯୫୫ ମସିହାରେ ଆସିଥିଲା ​। ଏଥିରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ବିକ୍ରମ, ପ୍ରକାଶ ରାଜ, ତୃଶା, କାର୍ତ୍ତି, ଜୟରାମ ରବି, ଶୋଭିତା ଏବଂ ଧୁଲିପାଲାଙ୍କ ସମେତ ବଲିଉଡ ଏବଂ ଟଲିଉଡର ବହୁ କଳାକାରଙ୍କୁ ଦେଖିବାକୁ ମିଳିବ ।

ଗତ କିଛି ସପ୍ତାହ ମଧ୍ୟରେ ପୁଡୁଚେରୀରେ ଫିଲ୍ମର ସୁଟିଂ ଶେଷ ହେବା ପରେ ଟିମ୍ ଗତ ସପ୍ତାହରେ ମଧ୍ୟପ୍ରଦେଶର ମହେଶ୍ୱରରେ ପହଞ୍ଚିଛନ୍ତି । ଯେଉଁଠାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ୪୦୦ରୁ ଅଧିକ ଜୁନିୟର କଳାକାରଙ୍କ ସହ ଏକ ସୁଟ୍‌ କରିଛନ୍ତି । ଏକ ସୂତ୍ରରୁ ପ୍ରକାଶ ଯେ, ‘ଐଶ୍ୱର୍ଯ୍ୟା ଏଠାରେ ଦୁଇ ଦିନ ସୁଟିଂ ପାଇଁ ଥିଲେ । ବାକି କାଷ୍ଟ ଏବଂ କ୍ରୁମାନେ ଗତ ସପ୍ତାହରୁ ଓରଚ୍ଚା, ଗ୍ୱାଲିଅର୍ ଏବଂ ମହେଶ୍ୱରରେ ଅଛନ୍ତି । ମଣି ରତ୍ନମ ଏକ ବଡ଼ ସ୍ତରରେ ଏକ ଗୀତ ଶୁଟିଂ କରିବାକୁ ଚାହୁଁଥିଲେ, ଯେଉଁଥିପାଇଁ ସେ ୪୦୦ରୁ ଅଧିକ ଜୁନିଅର କଳାକାରଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଥିଲେ ।’ ଏହି ଫିଲ୍ମଟି ଏକ ବଡ ବଜେଟ୍ ସହିତ ସୁଟିଂ କରାଯାଇଛି । ସେ କହିଛନ୍ତି, “ପ୍ରାୟ ୫୦୦ କୋଟି ଟଙ୍କା ବଜେଟରେ ଏହି ଫିଲ୍ମ ନିର୍ମାଣ କରାଯାଉଛି ।