ସମ୍ବଲପୁରୀ ଶାଢିରେ ଝଲସିଲେ ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନ : ଇନଷ୍ଟାଗ୍ରାମ ଓ ଟ୍ୱିଟରରେ ଛାଡିଲେ ଫଟୋ ଓ ଭିଡିଓ । କହିଲେ, ସମ୍ବଲପୁରୀ ଶାଢି ପିନ୍ଧି ବେଶ ଖୁସି । ବୁଣାକାରଙ୍କୁ କଲେ ପ୍ରଶଂସା

970

କନକ ବ୍ୟୁରୋ : ସମ୍ବଲପୁରୀ ଶାଢିରେ ଝଲସିଲେ ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନ । ଆଜି ମୁକ୍ତିଲାଭ କରୁଥିବା ଫିିଲ୍ମ ଶକୁନ୍ତଳା ଦେବୀର ପ୍ରମୋସନ୍ ଅବସରରେ ଏକ ସ୍ୱତନ୍ତ୍ର ସମ୍ବଲପୁରୀ ଶାଢିରେ ବେଶ୍ ଝଟକିଛନ୍ତି ବିଦ୍ୟା । ଏହି ଶାଢୀ ତାଙ୍କୁ ବହୁତ ଭଲଲାଗିଥିବା ଏବଂ ଏହାକୁ ପିନ୍ଧିିଥିବାରୁ ସେ ଖୁବ ଆନନ୍ଦିତ ବୋଲି ଭିଡିଓ ଜାରି କରି କହିଛନ୍ତି । ସମ୍ବଲପୁରୀ ଶାଢୀର ବୁଣାକାର ମାନଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି ବିଦ୍ୟା ବାଲାନ । ଶକୁନ୍ତଳା ଦେବୀ ସିନେମା ପାଇଁ ଏହି ସମ୍ବଲପୁରୀ ଶାଢୀ ସାରା ବିଭିନ୍ନ ଗାଣିତିକ ସମୀକରଣର ଚିତ୍ର ରହିଛି । ଶାଢୀଟିକୁ ସୋନପୁର କେନ୍ଦୁପାଲିର ରମାକାନ୍ତ ମେହେର ବୁଣିଥିବା ଓ ଭୁବନେଶ୍ୱର ଭିତିକ ଉକ୍ରଳ ମିତ୍ର ସଂସ୍ଥା ଏହାର ବ୍ରାଣ୍ଡିଂ କରିଥିବା ବିଦ୍ୟା ସୁଚନା ଦେଇଛନ୍ତି ।

ମଲବେରୀ ସିଲକ ସୂତାରେ ଏହି ବାନ୍ଧ ଶାଢିଟି ବୁଣିବା ପାଇଁ ଶ୍ରୀ ମେହେରଙ୍କୁ ମାସେ ସମୟ ଲାଗିଥିଲା । ଏବେ ଏହି ସିନେମା ଜରିଆରେ ସାରା ଦୁନିଆରେ ସମ୍ବଲପୁରୀ ଶାଢିର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଇନଷ୍ଟାଗ୍ରାମ ଓ ଟ୍ୱିଟରରେ ଶାଢି ପିନ୍ଧି ଫଟୋ ସେୟାର କରିଛନ୍ତି ବିଦ୍ୟା ବାଲାନ । ଭିଡିଓ ବି ଜାରି କରିଛନ୍ତି । ଆଜି ରିଲିଜ୍ ହେବାକୁ ଯାଉଛି ବିଦ୍ୟା ବାଲାଙ୍କ ଫିଲ୍ମ ଶକୁନ୍ତଳା ଦେବୀ । ସେପଟେ ଆସନ୍ତାକାଲି ବିଶ୍ୱବ୍ୟାପୀ ସମ୍ବଲପୁରୀ ଦିନ ପାଳିତ ହେବ ।