କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ସ୍ୱରା ଭାସ୍କର, ହେଲେ ତାଙ୍କ ବାହାଘର ହଠାତ ହୋଇଥିବାରୁ ଏନେଇ ନା ତାଙ୍କ ପ୍ରଶଂସକଙ୍କ ପାଖରେ କିଛି ଖବର ଥିଲା ନା ସମାଲୋଚକଙ୍କ ପାଖରେ । ହଠାତ ସ୍ୱରା ଭାସ୍କର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ବାହାଘରକୁ ନେଇ ଏକ ପେ୍ଧ୍ମୃ କରିଥିଲେ । ସେ ସମାଜବାଦୀ ପାର୍ଟିର ନେତା ତଥା ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସର ପୂର୍ବତନ ସାଧାରଣ ସଂପାଦକ ଫହଦ ଅହମଦଙ୍କୁ ବିବାହ କରିଛନ୍ତି ।

Advertisment

ସ୍ୱରା ଭାସ୍କର ସବୁବେଳେ ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ଥାନ୍ତି । ଏହାସହ ସେ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ । ସ୍ୱରା ତାଙ୍କର ପ୍ରେମ କାହାଣୀ ବାବଦରେ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ୨୦୧୯ ମସିହାରେ ଏକ ସଭାରେ ଫହଦଙ୍କୁ ଭେଟିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ସଂପର୍କ ବଢିଥିଲା । ଫହଦ ନିଜ ଭଉଣୀ ବାହାଘରକୁ ସ୍ୱରାଙ୍କୁ ନିମନ୍ତ୍ରଣ କରିଥିଲେ ।

ସେପଟେ ସ୍ୱରା ଜଣେ ବଲିଉଡ ଅଭିନେତ୍ରୀ ସହ ଜଣେ ସେଲିବ୍ରେଟି ହୋଇଥିବାରୁ ତାଙ୍କ ବାହାଘର ବଡ ଜାକଜମକରେ ହେବ ବୋଲି ପ୍ରଶଂସକମାନେ ଆଶା କରିଥିଲେ । ହେଲେ ସ୍ୱରାଙ୍କର ଏଭଳି ହଠାତ ସାଧାରଣ ବାହାଘରକୁ ନେଇ ପ୍ରଶଂସକମାନେ ଚକିତ ହୋଇଯାଇଛନ୍ତି । ସେପଟେ ଜାନୁଆରୀ ୬ ତାରିଖରେ ସ୍ୱରା ଓ ଫହଦ ନିଜର ରେଜେଷ୍ଟ୍ରୀ ମ୍ୟାରେଜ ନେଇ କୋର୍ଟରେ ଦସ୍ତାବିଜ୍ ଦାଖଲ କରିଥିବା ଜଣାପଡିଛି ।