ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚା ସାଉଁଟୁଥିବା ବଲିଉଡ ଡିଭା ସୋନମ କପୁର ନିଜର ବ୍ୟକ୍ତିଗତ ଅନ୍ଦାଜ ପାଇଁ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏବେ ସୋନମ କପୁର ନିଜ ଜୀବନର ଏକ ବଡ ଘଟଣା ଉପରୁ ପରଦା ଉଠାଇଛନ୍ତି । ବଲିଉଡ୍ ଡିଭା ସୋନମ୍ କପୁର ନିଜର ବ୍ୟକ୍ତିଗତ ଜୀବନର ଏକ ବଡ ସତ ଉପରୁ ପରଦା ଉଠାଇଛନ୍ତି, ତାହା ହେଲା ଯେ ସେ ଟିନ୍ଏଜ୍ରେ ଯୌନ ଶୋଷଣର ଶିକାର ହୋଇଥିଲେ ସୋନମ ।
‘ଦ ବଲିଉଡ ରାଓଣ୍ଡ ଟେବଲ୨୦୧୬’ ନାମକ ଏକ ଟକ ସୋ'ରେ ମହିଳାଙ୍କ ଉପରେ ହେଉଥିବା ଶୋଷଣ ଉପରେ ଆଲୋଚନା କରିବା ପାଇଁ ଏଇ ଅଭିନେତ୍ରୀ ମାନଙ୍କୁ ଡକାଯାଇଥିଲା । ଏଇ ସୋ'ରେ ସୋନମ କହିଲେ ସେ ଯେତେବେଳେ ଯୁବାବସ୍ଥାରେ ଥିଲେ ସେ ମଧ୍ୟ ଯୈାନ ଶୋଷଣର ଶିକାର ହୋଇଥିଲେ । ଯାହା ତ।ଙ୍କୁ ବହୁତ କଷ୍ଟ ଦେଇଥିଲା ।
ପୂର୍ବରୁ ରାଧିକା ଆପଟେ ତାଙ୍କର ଫିଲ୍ମ ‘ପର୍ଚଡ’ର ପ୍ରମୋସନ୍ ବେଳେ ସ୍ୱୀକାର କରିଥିଲେ ଯେ ତାଙ୍କୁ ମଧ୍ୟ ଯୌନ ଶୋଷଣର ଶିକାର ହେବାକୁ ପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/sonam-kapoor-IANS-700x525.jpg)