କନକ ବ୍ୟୁରୋ : ବଲିଉଡର ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଏବେ ହିନ୍ଦୀ ଫିଲ୍ମରେ ସକ୍ରିୟ ନାହାନ୍ତି, କିନ୍ତୁ ତାଙ୍କର ଲୋକପ୍ରିୟ ଏବେ ବି ଅତୁଟ ରହିଛି । ଅନେକ ଅଭିନେତା, ଅଭିନେତ୍ରୀ କ୍ୟାନସରକୁ ହରାଇ ନୂଆ ଜୀବନ ପାଇଛନ୍ତି ଏମାନଙ୍କ ମଧ୍ୟରେ ଅଛନ୍ତି ସୋନାଲି । ୨୦୧୮ ମସିହାରେ ସୋନାଲିଙ୍କୁ କ୍ୟାନସର ହୋଇଥିଲା । କ୍ୟାନସରର ଚିକିତ୍ସା ପାଇଁ ସେ ନ୍ୟୁୟର୍କ ଯାଇଥିଲେ । ଆଉ କ୍ୟାନସରକୁ ହରାଇ ଏବେ ସାମାନ୍ୟ ଜୀବନ ବିତାଉଛନ୍ତି ।
ଆଜି ସେ ଭୁବନେଶ୍ୱର ଆସିଥିଲେ । ଆଉ ଏଠାରେ ସେ କ୍ୟାନସରର କଥା କହିଛନ୍ତି । ସୋନାଲି କହିଛନ୍ତି, ଏହି ରୋଗର ଚିକିତ୍ସା ବେଶ କଠିନ । ତେଣୁ ଶରୀର ପ୍ରତି ଧ୍ୟାନ ଦିଅନ୍ତୁ । ଉତମ ମାନର ଖାଦ୍ୟ ଖାଆନ୍ତୁ । ରୋଗକୁ ନ ଲୁଚାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି । କ୍ୟାନସରରେ ଦୁର୍ବଳ ହୋଇଯାଉଥିବା ମଣିଷଟିଏ ରୋଗ ସମ୍ପର୍କରେ ଲୁଚାଇଥାଏ । ଆଉ ଏହି ଲୁଚେଇବା ଯୋଗୁଁ ପରବର୍ତ୍ତୀ ସମୟରେ କ୍ୟାନସର ଘାତକ ହୋଇଥାଏ । ସୋନାଲୀ ଜାଣିଥିଲେ କ୍ୟାନସର ସହିତ ଲଢ଼ିବା ପାଇଁ ଏକ ଲମ୍ବା ସମୟର ଆବଶ୍ୟକତା ଅଛି ।