ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲା । ଏନସିବିରେ ହାଜର ହେଲେ ଶ୍ରଦ୍ଧା କପୁର । କିଛି ସମୟ ପରେ ହାଜର ହେବେ ସାରା ଅଲ୍ଲୀ ଖାନ

140

କନକ ବ୍ୟୁରୋ : ବଲିଉଡ ଡ୍ରଗ୍ସ ମାମଲାରେ ଏବେ ଏନସିବିରେ ହାଜର ହେଲେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର । ନିଶିଦ୍ଧ ସିବିଡି ଅଏଲ୍ ମଗାଇଥିବା ଅଭିଯୋଗରେ ଶ୍ରଦ୍ଧା କପୁରଙ୍କୁ ଜେରା କରୁଛି ଏନସିବି । ଏହାସହ ସାରା ଅଲ୍ଲୀ ଖାନ ମଧ୍ୟ ଏନିସିବ ଗେଷ୍ଟ ହାଉସ ଅଭିମୁଖେ ବାହାରିଛନ୍ତି । ଆଉ କିଛି ସମୟ ପରେ ସାରାଙ୍କୁ ମଧ୍ୟ ଏନସିବି ଜେରା କରିବ । ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ସମନ କରିଥିଲା ଏନସିବି ।

ଏହାର କିଛି ଘଣ୍ଟା ପୂର୍ବରୁ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ମଧ୍ୟ ଏନିସିବି ଜେରା କରିଥିଲା । ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହିତ ଡ୍ରଗ୍ସ ଚାର୍ଟ ନେଇ ଏନସିବି ପଚରାଉଚରା କରିଥିବା ଜଣାପଡିଛି । ଆଜି ସମସ୍ତଙ୍କ ନଜର ରହଛି ଦୀପିକାଙ୍କ ଉପରେ । କାରଣ କରିଶ୍ମା ପ୍ରକାଶଙ୍କ ସହିତ ଡ୍ରଗ୍ସ ଚାର୍ଟରେ ଦୀପିକାଙ୍କ ନାଁ ଆସିବା ପର ଠାରୁ ଏହି ଘଟଣା ଭିତରକୁ ଟାଣି ହୋଇଆସିଛନ୍ତି ଦୀପିକା ।

ବଲିଉଡ ସହ ଡ୍ରଗ୍ସ ଲିଙ୍କରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର ଓ ରାକୁଲପ୍ରୀତ ସିଂଙ୍କୁ ସମନ କରିଥିଲା ଏନସିବି । ତେବେ ଏହି ଘଟଣାରେ ସମସ୍ତ ଅଭିନେତ୍ରୀ ଆଜି ଏନସିବିରେ ହାଜର ହୋଇଛନ୍ତି ।