ଅନୁରାଗ କଶ୍ୟପଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିଲେ । ନ୍ୟାୟ ପାଇଁ ସାଥ୍ ଦେଇଥିବା କେନ୍ଦ୍ରମନ୍ତ୍ରୀଙ୍କ ଦଳରେ ଯୋଗ ଦେଲେ
କନକ ବ୍ୟୁରୋ : ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିବା ବଲିଉଡ ଅଭିନେତ୍ରୀ ପାୟଲ ଘୋଷ ଆରପିଆଇ(ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ) ରେ ଯୋଗ ଦେଇଛନ୍ତି । ଏହି ଅବସରରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱଲେ କହିଛନ୍ତି କି ଅନୁରାଗ କଶ୍ୟପଙ୍କୁ ଯିଏ କରିଥିଲା ଘାଏଲ ଏହି ହେଉଛନ୍ତି ସେହି ପାୟଲ ।
କିଛିଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱଲେ ପାୟଲ ଘୋଷଙ୍କୁ ଭେଟିଥିଲେ । ଏହି ସମୟରେ ସେ କହିଥିଲେ କି ତାଙ୍କ ଦଳ ନ୍ୟାୟର ଲଢେଇରେ ତାଙ୍କ (ପାୟଲ) ସହିତ ଅଛି । ଏନେଇ ବି କେନ୍ଦ୍ରମନ୍ତ୍ରୀ ଏକ ଟ୍ୱିଟ୍ କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱଲେ ଏହି ପୋଷ୍ଟ ସହିତ ପାୟଲ ଘୋଷଙ୍କ ସହିତ ତାଙ୍କର ସାକ୍ଷାତ ବେଳର କିଛି ଫଟୋ ବି ପୋଷ୍ଟ କରିଥିଲେ । ସୂଚନା ଥାଉକି ଏହା ପୂର୍ବରୁ ପାୟଲ ଘୋଷ ଯେତେବେଳେ ଅନୁରାଗ କଶ୍ୟପଙ୍କ ବିରୋଧରେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତସିଂ କୁଶୱାରୀଙ୍କୁ ଭେଟିବାକୁ ଯାଇଥିଲେ ସେତେବେଳେ ରାମଦାଶ ଅଠାୱାଲେ ବି ତାଙ୍କ ସହିତ ଯାଇଥିଲେ । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ତାଙ୍କୁ ନ୍ୟାୟ ଦେବାକୁ ଭରଶା ଦେଇଥିଲେ ।
ଅଭିନେତ୍ରୀ ପାୟଲ ଘୋଷ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଉତ୍ପିଡନ ର ଅଭିଯୋଗ ଆଣିଥିଲେ । ସେ କହିଥିଲେ କି ସେ ଯେତେବେଳେ ସିନେମାରେ ତାଙ୍କ କ୍ୟାରିଅର ଆରମ୍ଭ କରିବାକୁ ଯାଉଥିଲେ ଅନୁରାଗ କଶ୍ୟପ ତାଙ୍କ ସହିତ ଅସଦାଚରଣ କରିଥିଲେ । ‘ଯାହା ମୋ ସହିତ ହୋଇଛି ତାହା ଅନ୍ୟମାନଙ୍କ କ୍ଷେତ୍ରରେ ନହେଉ’ ବୋଲି ସେତେବେଳେ ପାୟଲ କହିଥିଲେ ।