ଗୋପନରେ ବିବାହ କଲେ ନେହା ଧୁପିଆ, ସୋସିଆଲ ମିଡିଆରେ ଫଟୋ ସେୟାର କରି ଫ୍ୟାନମାନଙ୍କୁ କଲେ ଚକିତ ।

31

ସୋନମଙ୍କ ବିବାହ ଖବର ମଧ୍ୟରେ ଏବେ ଆଉ ଜଣେ ଅଭିନେତ୍ରୀ ଲୁଚାଛପାରେ ବିବାହ କରିନେଇଥିବା ଖବର ସାମ୍ନାକୁ ଆସିଛି । ଆଜ୍ଞା ହଁ, ଅଭିନେତ୍ରୀ ନେହା ଧୁପିଆ ସିକ୍ରେଟ ବିବାହ କରି ଏବେ ସମସ୍ତଙ୍କୁ ଚକିତ କରାଇ ଦେଇଛନ୍ତି । ନେହାଙ୍କ ନାଁ ଚର୍ଚ୍ଚାରେ ଅନେକ ଥର ଅଙ୍ଗଦଙ୍କ ସହ ଯୋଡି ହୋଇଥିଲା ମାତ୍ର ତାହା ଗୁଜବ ବୋଲି କୁହାଯାଇଥିଲା ।

ନେହା ଲୁଚି ଲୁଚି ଅଙ୍ଗଦଙ୍କ ସହ ବିବାହ କରି ଦେଇଛନ୍ତି ଏବଂ ଏହି ଖବର ଟ୍ୱିଟ କରି ଜଣାଇଛନ୍ତି । ସେ ତାଙ୍କ ଜୀବନରେ ଏକ ସଠିକ ନିଷ୍ପତ୍ତି ନେଇଥିବା ଟ୍ୱିଟ କରି ଜଣାଇଛନ୍ତି । ସେ ଏହି ବିବାହରେ ନିଜ ବନ୍ଧୁ ପରିଜନଙ୍କ ବ୍ୟତୀତ କାହାକୁ ନିମନ୍ତ୍ରଣ କରିନାହାନ୍ତି ।

ଖବର ଅନୁସାରେ ଦୁହେଁ ପରସ୍ପରକୁ ଲମ୍ବା ସମୟ ଧରି ଡେଟ କରୁଥିଲେ । ଦୁହିଁଙ୍କୁ ଅନେକଥର ରେଷ୍ଟୁରାଣ୍ଟ ବାହାରେ ମଧ୍ୟ ଦେଖିବାକୁ ମିଳୁଥିଲା । ନେହା ଏବଂ ଅଙ୍ଗଦ ବେଦୀ ଏପର୍ୟ୍ୟନ୍ତ କୌଣସି ଫିଲ୍ମରେ କାମ କରିନାହାଁନ୍ତି । କିନ୍ତୁ ଦୁହିଁଙ୍କର କିଛି ସାଧାରଣ ବନ୍ଧୁଙ୍କ କାରଣରୁ ଦୁହେଁ ପରସ୍ପରର ନିକଟତର ହୋଇଥିଲେ ।