ବଲିଉଡ ଜଗତରେ ଏହି ହିରୋଇନଙ୍କ ମା’ଙ୍କ ଦେହାନ୍ତ ! ସଂପର୍କୀୟ କହିଲେ ସବୁବେଳେ ଝିଅକୁ ଝୁରୁଥିଲେ ।

31
ବଲିଉଡ୍ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ମା ଭାରତୀଙ୍କର ଗତ ଶୁକ୍ରବାର ଦିନ ପରଲୋକ ହୋଇଛି । ତାଙ୍କର କିଡନୀ ସମ୍ବନ୍ଧୀୟ ସମସ୍ୟା ଥିଲା । ତେଣୁ କିଛିଦିନ ହେବ ସେ ରୋଗାଗ୍ରସ୍ତ ଥିଲେ ।
ଅଭିନେତ୍ରୀ କାଏନାର ଅରୋରା ଏବଂ ଦିବ୍ୟାଙ୍କ ସଂପର୍କୀୟଙ୍କ କହିବା ଅନୁସାରେ ଦିବ୍ୟାଙ୍କ ମୃତ୍ୟୁ ଦୁଃଖରୁ ସେ ବାହାରି ପାରୁନଥିଲେ । ସେ ଦିବ୍ୟାଙ୍କୁ ଖୁବ ଭଲ ପାଉଥିଲେ ଏବଂ ସର୍ବଦା ତାଙ୍କୁ ମନେ ପକାଉଥିଲେ ।ଦିବ୍ୟା ଫିଲ୍ମ ନିର୍ମାତା ସାଜିଦ ନାଡିୟାଡ଼ବାଲାଙ୍କୁ ବିବାହ କରିଥିଲେ । ବିଦ୍ୟାଙ୍କ ମୃତ୍ୟୁ ପରେ ସେ ତାଙ୍କ ପରିବାରର ଖୁବ ଯତ୍ନ ନେଇଛନ୍ତି । ନିକଟରେ ସେ ଦିବ୍ୟାଙ୍କ ବାପାଙ୍କ ୮୦ତମ ଜନ୍ମଦିନ ପାଳନ କରିଛନ୍ତି । ତେବେ ଦିବ୍ୟା ଓ ସାଜିଦଙ୍କ ସାକ୍ଷାତ ଫିଲ୍ମ ‘ସୋଲା ଔର ସବନମ’ରେ ହୋଇଥିଲା । ୧୯ ବର୍ଷ ବୟସରେ ଦିବ୍ୟା ତାଙ୍କ ଘର ବାଲକୋନିରୁ ପଡ଼ି ମୃତ୍ୟୁ ବରଣ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.