ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବଢିଲା ସୁରକ୍ଷା : ମୁମ୍ବାଇରେ ଦିଆଯିବ ୱାଇ କାଟୋଗୋରୀ ସୁରକ୍ଷା; ଜଗିବେ ୧୧ କମାଣ୍ଡୋ

କଥାକଟାକଟି ପରେ ମୁମ୍ବାଇ ଫେରିବାକୁ ଧମକ ଦେଇଥିଲେ ଶିବସେନା ନେତା ସଂଜୟ ରାଉତ

8,204
କନକ ବ୍ୟୁରୋ : ବଢ଼ିଲା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱାତଙ୍କ ସୁରକ୍ଷା । ମୁମ୍ବାଇରେ କଙ୍ଗନାଙ୍କୁ ଦିଆଯିବ ୱାଇ କାଟାଗୋରୀ ସୁରକ୍ଷା । ସୁରାକ୍ଷା ଯୋଗାଇ ଦେବେ ୧୧ କମାଣ୍ଡୋ ଓ ଅନ୍ୟ ପୋଲିସ କର୍ମଚାରୀ । ସୂଚନା ଅନୁଯାୟୀ ଆସନ୍ତା ୯ ତାରିଖରେ କଙ୍ଗନା ମୁମ୍ବାଇ ଫେରିବା ପରେ ଗୃହ ମନ୍ତ୍ରାଳୟ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦେବ । ମୁମ୍ବାଇ ପ୍ରସଙ୍ଗରେ କଥା କଟାକଟି ହେବା ପରେ ତାଙ୍କୁ ମୁମ୍ବାଇ ଫେରିବାକୁ ଧମକ ଦେଇଥିଲେ ଶିବସେନା ନେତା ସଞ୍ଜୟ ରାଉତ । ବହୁଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ କଙ୍ଗନା ଆରମ୍ଭରୁ ଖୋଲାଖୋଲି ନିଜର ମତ ରଖିଛନ୍ତି । ସେ ବଲିଉଡ ମାଫିଆ, ନେପୋଟିଜିମ୍ ଓ ଡ୍ରଗସ ପ୍ରସଙ୍ଗରେ ସୋସିଆଲ ମିଡିଆରେ ବାରମ୍ବାର ମତ ଦେଉଥିଲେ ।
କଙ୍ଗନାଙ୍କ ଏହି ବୟାନକୁ ନେଇ ସେ ସେଲିବ୍ରିଟି ଓ ରାଜନୈତିକ ଦଳର ନେତାଙ୍କ ସହ ମୁହାଁମୁହିଁ ହୋଇଛନ୍ତି । ଏହି ପ୍ରସଙ୍ଗରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ତାପରେ ସଞ୍ଜୟ କଙ୍ଗନାଙ୍କୁ ମୁମ୍ବାଇ ଫେରିବାକୁ ଚ୍ୟାଲେଞ୍ଜ ଦେଇଥିଲେ । ଏହା ପରେ କଙ୍ଗନା ଏକ ଭିଡିଓ ସେୟାର କରି କହିଥିଲେ, ସଞ୍ଜୟ ରାଉତ ମହାରାଷ୍ଟ୍ର ନୁହଁନ୍ତି ।