କନକ ବ୍ୟୁରୋ : ପୁରୀରେ ବଲିଉଡ ଅଭିନେତ୍ରୀ କଙ୍ଗନା । ଆଜି ପବିତ୍ର ମାଘସପ୍ତମୀ ଅବସରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଓଡ଼ିଶା ଗସ୍ତରେ ଆସିଥିବା କଙ୍ଗନା ରାନାଓ୍ବତ୍ ସକାଳୁ ସକାଳୁ ଭୁବନେଶ୍ୱରରୁ ଯାଇ ପୁରୀରେ ପହଞ୍ଚିଥିଲେ । ଏଠାରେ ସେ ଶ୍ରୀଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ।
We always see Krishna with Radha or Rukmani(Laxmi) but in Puri Jagannath Lord Krishna is placed with his siblings, Balrama n Subhadra(Arjun’s wife, Abhimanyu’s mom)
Pulsating with the energy of his heart chakra whole place has a healing and soothing sweetness to it,enchanted ❤️ pic.twitter.com/ogHLeSRKqR— Kangana Ranaut (@KanganaTeam) February 19, 2021
କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ । କଙ୍ଗନା ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ସହ ବେଢା ପରିକ୍ରମା କରିଛନ୍ତି ।
ପୂର୍ବରୁ ପୁରୀ ଗସ୍ତ କରି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ଘୋଷଣା କରିଥିଲେ । ଅଭିନେତା ସୁଶାନ୍ତ ସିଂରାଜପୁତ ମୃତ୍ୟୁ ଘଟଣାରେ ମନ୍ତବ୍ୟ ଦେଇ ବେଶ୍ ଚର୍ଚ୍ଚାକୁ ଆସିଥିଲେ କଙ୍ଗନା । ସେ ମୁମ୍ବାଇରେ ବହୁ ସଂଘର୍ଷ କରି ସଫଳତା ପାଇଛନ୍ତି । ଫିଲ୍ମ ଫେୟାର ଆୱାର୍ଡଠାରୁ ଆରମ୍ଭ କରି ବହୁ ଜାତୀୟ ସ୍ତରୀୟ ସମ୍ମାନ ପାଇଛନ୍ତି କଙ୍ଗନା । ଖୋଲା ମନ୍ତବ୍ୟକୁ ନେଇ ସେ ଅଧିକାଂଶ ସମୟରେ ବିବାଦୀୟ ହୋଇ ଆସିଛନ୍ତି ।