ପ୍ରଥମେ ମଡେଲିଂ, ତାପରେ ଅଭିନୟ ଓ ରାଜନୀତି । ଏସବୁ କ୍ଷେତ୍ରରେ ନାଁ କମାଇ ସାରିବା ପରେ ଏବେ ଆଉ ଏକ ସଫଳତା ହାତେଇଛନ୍ତି ବଲିଉଡ୍ ଅଭିନେତ୍ରୀ ଗୁଲ୍ ପନାଙ୍ଗ୍ । କମର୍ସିଆଲ୍ ପାଇଲଟ ହେବାର ଲାଇସେନ୍ସ ହାସଲ୍ କରିଛନ୍ତି ଏହି ପୂର୍ବତନ ମିସ୍ ଇଣ୍ଡିଆ । ବର୍ତ୍ତମାନେ ସେ ଅଫିସିଆଲି ବ୍ୟକ୍ତିଗତ ପ୍ଲେନ୍ ଉଡାଇପାରିବେ ।
ସୁପର୍ ଲେଡି ନାଁ ପରିଚିତ ଗୁଲ୍ ପନାଙ୍ଗ୍ ବାଇକ୍ ଚଲାଇବାରେ ମଧ୍ୟ ମାହିର୍ । ଜୀବନକୁ ନିଜ ହିସାବରେ ବଂଚିବାକୁ ପସନ୍ଦ କରୁଥିବା ଝିଅ ମାନଙ୍କ ପାଇଁ ଏକ ପ୍ରେରଣା ପାଲଟି ଯାଇଛନ୍ତି ଏହି ସୁପର୍ ଲେଡି । ତେବେ ଏହି ଲାଇସେନ୍ସ ପାଇବା ପରେ ଗୁଲ୍ ପନାଙ୍ଗ୍ ଖୁସିର ମୁହୂର୍ତ୍ତକୁ ନିଜ ଇଂଷ୍ଟାଗ୍ରାମରେ ସେୟାର୍ ମଧ୍ୟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/Capture-4.jpg)