ବଲିଉଡ୍ ଅଭିନେତ୍ରୀ ଦୀପିକ ପାଦୁକୋନଙ୍କୁ ୨ ଘଣ୍ଟା ଜେରା । ଡ୍ରଗ୍ସ ଲିଙ୍କ୍ ନେଇ ଦୀପିକଙ୍କୁ ସମନ କରିଥିଲା ଏନସିବି

118

କନକ ବ୍ୟୁରୋ : ବଲିଉଡ ଡ୍ରଗ୍ସ କାରବାର ଲିଙ୍କ ମାମଲା । ଏନେଇ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ୨ ଘଣ୍ଟା ଧରି ଜେରା କରିଛି ନାର୍କୋଟିକ୍ସ ବ୍ୟୁରୋ ଟିମ । ବଲିଉଡ ଡ୍ରଗ୍ସ ମାମଲାରେ ଦୀପିକଙ୍କୁ ଏନସିବିରେ ହାଜର ହେବା ପାଇଁ ସମନ ହୋଇଥିଲା । ଦୀପିକଙ୍କ ସମେତ ରାକୁଲ ପ୍ରୀତ ସିଂ, ଶ୍ରଦ୍ଧା କପୁର ଓ ସାରା ଶର୍ମାଙ୍କୁ ମଧ୍ୟ ସମନ ହୋଇଥିଲା ।

ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହିତ ଡ୍ରଗ୍ସ ଚାର୍ଟ ନେଇ ଏନସିବି ପଚରାଉଚରା କରିଥିବା ଜଣାପଡିଛି । ଆଜି ସମସ୍ତଙ୍କ ନଜର ରହଛି ଦୀପିକାଙ୍କ ଉପରେ । କାରଣ କରିଶ୍ମା ପ୍ରକାଶଙ୍କ ସହିତ ଡ୍ରଗ୍ସ ଚାର୍ଟରେ ଦୀପିକାଙ୍କ ନାଁ ଆସିବା ପର ଠାରୁ ଏହି ଘଟଣା ଭିତରକୁ ଟାଣି ହୋଇଆସିଛନ୍ତି ଦୀପିକା ।
କାହାଠାରୁ ଦୀପିକା ଡ୍ରଗ୍ସ ମଗାଉଥିଲେ , କାହା ପାଇଁ ମଗାଉଥିଲେ, ନା ନିଜେ ଡ୍ରଗ୍ସ ନେଉଥିଲେ, ଡ୍ରଗ୍ସ ପାର୍ଟକୁ କେମିତି ଆସୁଥିଲା ଡ୍ରଗ୍ସ, କେଉଁ ମାନଙ୍କ ଜରିଆରେ ସେ ଡ୍ରଗ୍ସ ମଗାଉଥିଲେ , କେଉଁ ଡ୍ରଗ୍ସ ପେଡଲରଙ୍କ ସହିତ ରହିଛି ତାଙ୍କର ସଂପର୍କ , ଏସବୁ ପ୍ରଶ୍ନର ଜବାବ ଖୋଜୁଛି ଏନସିବି । ଏନସିବି ଅଧିକାରୀ ଦୀପିକାଙ୍କ ମୋବାଇଲକୁ ନିଜ ପାଖରେ ରଖି ହ୍ୱାଟସ୍ ଆପ୍ ଚାଟ୍ ନେଇ ଅଧିକ ଖୋଳତାଡ ଜାରି ରଖିଛି ।