ବଲିଉଡ କଳାକାରଙ୍କ ନିଶା ସଂପୃକ୍ତି ମାମଲା : ଆଉ ଗୋଟିଏ ପାଦ ଆଗକୁ ବଢ଼ିଲା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ : ଆଜି ଏନସିବିରେ ହାଜର ହେବେ ଅଭିନେତା ଅର୍ଜୁନ୍ ରାମପାଲ

ପୂର୍ବରୁ ରାମପାଲଙ୍କ ଘରେ ଚଢ଼ାଉ କରିଥିଲା ଏନସିବି

94

କନକ ବ୍ୟୁରୋ : ବଲିଉଡ କଳାକାରଙ୍କ ନିଶା ସଂପୃକ୍ତି ମାମଲାରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଅଭିନେତା ଅର୍ଜୁନ୍ ରାମପାଲଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଛି ଏନସିବି । ଆଜି ଦିନ ୧୦ଟାରେ ଏନସିବିରେ ହାଜର ହେବେ ଅର୍ଜୁନ ରାମପାଲ । ପୂର୍ବରୁ ଗତ ୯ ତାରିଖରେ ତାଙ୍କ ଘରେ ଚଢ଼ାଉ କରି ଛାନଭିନ୍ କରିଥିଲା ଏହି କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ।

ଏହି ସମୟରେ ଅର୍ଜୁନ ରାମାପାଲଙ୍କ ଘରୁ କିଛି ବୈଦ୍ୟୁତିକ ଉପକରଣ ଏବଂ କିଛି ନିସିଦ୍ଧ ଔଷଧ ଜବତ କରିଥିଲା ଏନସିବି । ଗତ ବୁଧବାର ଦିନ ରାମପାଲଙ୍କ ଗର୍ଲଫ୍ରେଣ୍ଡଙ୍କୁ କ୍ରମାଗତ ୬ ଘଂଟା ଧରି ଜେରା କରିଥିଲା ଏହି କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ । ତେବେ ଏହି ଜେରା ସରିନଥିବାରୁ ପୁଣି ଥରେ ରାମପାଲଙ୍କ ଗର୍ଲଫ୍ରେଣ୍ଡଙ୍କୁ ମଧ୍ୟ ସମନ୍ କରିଛି ଏନସିବି ।