ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲା । ଆଜି ସୁପ୍ରିମକୋର୍ଟରେ ଶୁଣାଣି, ରିୟା ଚକ୍ରବର୍ତିଙ୍କ ଆବେଦନର ଆସିବ ରାୟ

204

କନକ ବ୍ୟୁରୋ : ସୁଶାନ୍ତ ସିଂ ରାଜପୁତ ମୃତ୍ରୁ୍ୟ ମାମଲା । ମାମଲାର ତଦନ୍ତ ପାଟନାରୁ ମୁମ୍ବାଇକୁ ସ୍ଥାନାନ୍ତର କରିବା ନେଇ ରିୟା ଚକ୍ରବର୍ତ୍ତୀ ସୁପ୍ରିମକୋର୍ଟରେ କରିଥିବା ମମଲାର ଆଜି ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ । ଗୋଟିଏ ପଟେ ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ସିବିଆଇ ତଦନ୍ତର ଦାବିକୁ ଜେରା କରୁଛନ୍ତି । ବିହାର ପାଟନାରେ ରୁଜୁ ହୋଇଥିବା ମାମଲାକୁ ମୁମ୍ବାଇ ପୁଲିସକୁ ସ୍ଥାନାନ୍ତର କରିବା ନେଇ ରିୟା ଚକ୍ରବର୍ତି ଆବେଦନ କରିଥିଲେ । ତେବେ ଏଥିରେ ଆପତ୍ତି କରି ପୂର୍ବରୁ ସୁଶାନ୍ତଙ୍କ ପିତା ବି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯେଉଁଥିରେ ସୁଶାନ୍ତି ସିଂଙ୍କ ପରିବାର ପକ୍ଷରୁ କୁହାଯାଇଥିଲା ମାମଲା ସିବିଆଇକୁ ଦିଆଯାଇ ସାରିଛି ।ଏଣୁ ବିହାର ପୁଲିସର କାଗଜପତ୍ର ମୁମ୍ବାଇ ପୁଲିସକୁ ହସ୍ତାନ୍ତର ହୋଇପାରିବ ନାହିଁ ।

ଗୋଟିଏ ପଟେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମୁମ୍ବାଇ ପୁଲିସର କାର୍ଯ୍ୟଶୈଳି ଆରମ୍ଭରୁ ସନ୍ଦେହ ଘେରରେ ରହିଛି । ଏମିତିକି ମହାରାଷ୍ଟ୍ର ସରକାରଙ୍କୁ ନେଇ ରାଜନୈତିକ ବୟାନବାଜି ବି ଚାଲିଛି । ସେପଟେ ସିବିଆଇକୁ ମାମଲା ହସ୍ତାନ୍ତର ହୋଇ ସାରିଛି । ଏହାସହ ଇଡି ବି ରିୟାଙ୍କୁ ଜେରା କରିଛି । ଏଭଳି ସ୍ଥିତିରେ ପାଟନାପୁଲିସର ମୂଳ ମାମଲା ମୁମ୍ବାଇକୁ କେମିତି ସ୍ଥାନାନ୍ତରିତ ହେବ ତାହା ସବୁଠାରୁ ବଡ ଦିଗ । ଏହା ପରେ କଣ ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ । ଆଜି ରିୟାଙ୍କ ମାମଲା ସ୍ଥାନାନ୍ତରଣ ଆବେଦନ ଉପରେ କଣ ନିଷ୍ପତ୍ତି ନେଉଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ତା ଉପରେ ସମସ୍ତଙ୍କ ନଜର ରହିଛି । ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ମାମଲାରେ ସିବିଆଇ ତଦନ୍ତ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।