ସୋନୁଙ୍କ ଆଖିରେ ଶ୍ରମିକ: ରାସ୍ତାରେ ଶ୍ରମିକ ନୁହେଁ ଭଗବାନ ଚାଲୁଛନ୍ତି । ଆମ ସ୍ୱପ୍ନର ମହଲରେ ଯାହାଙ୍କ ଝାଳର ମୂଲ ଲାଗିଛି, ସେମାନେ ଆଜି ସଙ୍କଟରେ ପଡ଼ିଛନ୍ତି । ଶ୍ରମିକ ଘରେ ନପହଁଚିବା ଯାଏଁ ମୋ ମିଶନ୍ ଜାରି ରହିବ । ଓଡିଶାକୁ ନେଇ ବଡ଼ କଥା କହିଲେ ବଲିଉଡ ଅଭିନେତା…

342

କନକ ବ୍ୟୁରୋ: ସେମାନେ ଶ୍ରମିକ ନୁହନ୍ତି, ଆମ ଘର ଆମ ଅଫିସ ସଜାଡ଼ିଥିବା ଭଗବାନ । ତାଙ୍କ ପାଇଁ ଆମେ ଆଜି ବିଳାଶପୂର୍ଣ୍ଣ ମହଲରେ ରହୁଛୁ ଶାନ୍ତିର ନିଦରେ ଶୋଇପାରୁଛୁ । ମହାମାରୀ ବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ମସିହା ପାଲଟିଥିବା ବଲିଉଡ ତାରକା ସୋନୁ ସୁଦ୍ କନକ ନ୍ୟୁଜରେ ବଖାଣିଛନ୍ତି ଶ୍ରମିକଙ୍କୁ ନେଇ ତାଙ୍କ ମନର କଥା ।

ସାରା ଦେଶ ଯେତେବେଳେ ଲକଡାଉନ କଟକଣା ଭିତରେ ବନ୍ଦ ହୋଇପଡ଼ିଛି । ଆଉ ଶ୍ରମିକମାନେ ରାସ୍ତାରେ ଚାଲିଚାଲି ଘରକୁ ଫେରୁଛନ୍ତି ତାକୁ ଦେଖି ରିଲ୍ ଲାଇଫର ହିରୋ ସୋନୁ ସୁଦ୍ ପାଲଟିଛନ୍ତି ରିୟଲ ହିରୋ । ଶ୍ରମିକମାନଙ୍କୁ ତାଙ୍କ ଠିକଣାସ୍ଥଳରେ ପହଁଚାଇବା ପାଇଁ ଉଦ୍ୟମ ଚାରି ରଖିଛନ୍ତି ।

ରିଲ୍ ନୁହେଁ ସେମାନେ ହିଁ ରିୟଲ ହିରୋ, ସେମାନେ ହିଁ ପ୍ରକୃତରେ ଭଗବାନ । ଆଜି ସଙ୍କଟ ସମୟରେ ଶ୍ରମିକ ନୁହେଁ ଭଗବାନ ରାସ୍ତାରେ ଚାଲୁଛନ୍ତି । ସେହିଭଳି ଗତକିଛି ଦିନ ତଳେ କେରଳରେ ଫସିରହିଥିବା ୧୬୯ ଜଣ ଝିଅଙ୍କୁ ଓଡ଼ିଶାରେ ପହଁଚାଇବା ନେଇ କହିଛନ୍ତି କି ତାହା ମୋ ପାଇଁ ସବୁଠୁ ସ୍ମରଣୀୟ ମୁହୂର୍ତ୍ତ ଥିଲା । ସେମାନେ ପହଁଚିବା ପରେ ଓଡ଼ିଶାରୁ ଯେଉଁ ଶୁଭେଚ୍ଛା ମିଳିଛି ସେ ଭଲ ପାଇବା ଗୋଟେ ଫିଲ୍ମ ବ୍ଲକବଷ୍ଟରଠୁ କମ୍ ନୁହେଁ ବୋଲି ସୋନୁ କହିଛନ୍ତି ।

ସୋନୁ ଆହୁରି ମଧ୍ୟ କହିଛନ୍ତି, ଜଣେ ଶ୍ରମିକ ତାଙ୍କ ନଜରରେ ଭଗବାନ ଆଉ ତାଙ୍କୁ ରାସ୍ତାରେ ଚାଲୁଥିବା ଦେଖି ସେ ନିଜକୁ ଅଟକାଇ ପାରିଲେନି । ଯେ ପର୍ଯ୍ୟନ୍ତ ସବୁ ଶ୍ରମିକ ଏଭଳି ସମୟରେ ତାଙ୍କ ଘରେ ନ ପହଁଚିଛନ୍ତି ସେ ପର୍ଯ୍ୟନ୍ତ ମୋ ପ୍ରୟାସ ଜାରି ରହିବ । ଯେଉଁଠି ବି ସେମାନେ ଫସି ରହିଥିବେ ତାଙ୍କୁ ମୁଁ ଶେଷ ସମୟ ପର୍ଯ୍ୟନ୍ତ ସାହାଯ୍ୟ କରିବି । ତେଣୁ ଆସନ୍ତୁ ରାସ୍ତାରେ ଚାଲୁଥିବା ଭଗବାନଙ୍କ ପାଇଁ ଆଗେଇ ଆସିବା ତାଙ୍କୁ ତାଙ୍କ ଗନ୍ତବ୍ୟସ୍ଥଳୀରେ ପହଁଚାଇବା ପାଇଁ ହାତ ବଢ଼ାଇବା ।  ତେବେ ବଲିଉଡର ଅନେକ ଫିଲ୍ମରେ ସୋନୁଙ୍କୁ ଆପଣ ହୁଏ ତ ଖଳନାୟକ ଭୂମିକାରେ ଦେଖିଥିବେ । ଏପରିକି ଦବଙ୍ଗ ଫିଲ୍ମରେ ଯିଏ ଭିଲେନ ଭୂମିକାରେ ନଜର ଆସିଥିଲେ ସେ ହିଁ ପ୍ରକୃତରେ ରିୟଲ ଲାଇଫର ଦବଙ୍ଗ ବୋଲି ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି ।