ନିତୀନ ଗଡକରୀଙ୍କୁ ଭେଟିବାକୁ ନାଗପୁରରେ ପହଂଚିଲେ ଅଭିନେତା ସଂଜୟ ଦତ୍ତ । ପାଦ ଛୁଇଁ ନେଲେ ଆର୍ଶିବାଦ । ବିଜେପିରେ ମିଶିବା ନେଇ ଆକଳନ

229

କନକ ବ୍ୟୁରୋ : ଅଭିନେତା ସଂଜୟ ଦତ୍ତ ଶନିବାର ଦିନ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀଙ୍କୁ ତାଙ୍କ ନାଗପୁର ବାସଭବନରେ ଭେଟିଛନ୍ତି । ସେ ଗଡକରୀଙ୍କ ପଦଛୁଇଁ ଆର୍ଶିବାଦ ନେଇଥିବ ଫଟୋ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି ।

କୁହାଯାଇଛି କି ଶନିବାର ଦିନ ସଂଜୟ ଦତ୍ତ ନିଜସ୍ୱ କାମରେ ନାଗପୁର ଯାଇଥିଲେ । ସେଠାରେ ସେ ନିତୀନ ଗଡକରୀଙ୍କୁ କାହିଁକି ଭେଟିଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ସଂଜୟ ବିଜେପିରେ ଯୋଗଦେଉଥିବା ନେଇ ଆଲୋଚନା ହେଉଛି    । କେବଳ ନତୀନ ଗଡକରୀ ନୁହନ୍ତ , ସଂଜୟ ଦତ୍ତ ମହାରାଷ୍ଟ୍ରର ଶକ୍ତିମନ୍ତ୍ରୀ ନିତୀନ ରାୱତଙ୍କୁ ବି ଭେଟିଛନ୍ତି । ଶନିବାର ଦିନ ସଂଜୟ ନାଗପୁରରୁ ଫେରି ରବିବାର ମୁମ୍ବାଇରେ ପହଂଚିଛନ୍ତି । ସେ ମୁମ୍ବାଇରେ ପହଂଚିବା ପରେ କଂଗ୍ରେସ ନେତା ସଂଜୟ ଦୁବେ ଏ ବାବଦରେ ସୂଚନା ଦେଇଛନ୍ତି । କୁହାଯାଉଛି କି, ସଂଜୟ ଦୁବେଙ୍କ ପୁଅ ଗୌରବ ସଂଜୟ ଦତ୍ତଙ୍କର ଅତି ନିକଟତର ।

ସୂଚନା ଥାଉକି ଏହାପୂର୍ବରୁ ୨୦୧୯ ରେ ସଂଜୟ ଦତ୍ତ ବି ନିତୀନ ଗଡକରିଙ୍କୁ ଭେଟିବାକୁ ନାଗପୁର ଯାଇଥିଲେ । ସେହି ସମୟରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଥିବାରୁ ସଂଜୟ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ ସଂଜୟ ଦତ୍ତ । ସେ କହିଥିଲେ କି ସେ କୌଣସି ରାଜନୈତିକ ଦଳରେ ସାମିଲ ହେବେ ନାହିଁ । ହେଲେ ଦୁଇ ବର୍ଷ ପରେ ପୁଣି ନିତୀନ ଗଡକରୀଙ୍କୁ ଭେଟିବା ନେଇ ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି ।