ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ : ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତରଫରୁ ଇ-ମେଲ ଯୋଗେ ଦିଆଯାଇଛି ଧମକ

136

କନକ ବ୍ୟୁରୋ : ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତରଫରୁ ଇ-ମେଲ ଯୋଗେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି । ଏନେଇ ସଲମନଙ୍କ ଟିମ ପକ୍ଷରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ବିରୋଧରେ ମୁମ୍ବାଇର ବାନ୍ଦ୍ରା ଥାନାରେ ଅଭିଯୋଗ କରାଯାଇଈଛି । ପଞ୍ଜାବର ପରିଚିତ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବେ ଜେଲରେ ଅଛି । ସୂଚନା ମୁତବାକ, ଶନିବାର ଅପରାହ୍ଣରେ ରୋହିତ ଗାର୍ଗ ନାମକ ଜଣେ ବ୍ୟକ୍ତି ତାଙ୍କୁ ଇ-ମେଲ କରିଥିଲେ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସହଯୋଗୀ କାନାଡାର ଗୋଲ୍ଡି ବରାର ତାଙ୍କ ସହ କଥା ହେବାକୁ ଚାହୁଁଥିବା ନେଇ ଇମେଲ ଆସିଥିଲା ।

ସମୟ ପୂର୍ବରୁ ଜଣାଇଦେଲି, ଆରଥରକୁ ସିଧା ଝଟକା ମିଳବ ବୋଲି ହୀନ୍ଦିରେ ଲେଖା ଥିବା ମେଲ ଆସିଥିଲା । । ଏନେଇ ଅଭିଯୋଗ ପରେ ପୁଲିସ ୧୨୦-ବି( ଅପରାଧିକ ଷଡଯନ୍ତ୍ର), ୫୦୬-ଆଇଆଇ( ଅପରାଧିକ ଉଦେଶ୍ୟ ରଖି ଭୟଭୀତ କରିବା) ଏବଂ ୩୪ ଆଇପିସିରେ ମାମଲା ରୁଜୁ ହୋଇଛି । ତେବେ ଦୁଇ ଦିନ ତଳେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା । ଏବେ ସଲମନଙ୍କୁ ମାରିବା ପାଇଁ ଠିକ୍ ସମୟ ନୁହେଁ । ଯେଉଁଦିନ ତାଙ୍କର ସୁରକ୍ଷା ହଟିବ ସେଦିନ ତାଙ୍କର ଶେଷ ଦିନ ହେବ । ସିଦ୍ଧୁ ମୁସେୱାଲାଙ୍କ ଭଳି ସଲମନ ଅହଙ୍କାରୀ ଥିଲା ବୋଲି କହିଥିଲା ଲରେନ୍ସ ବିଷ୍ଣୋଇ ।