କନକ ବ୍ୟୁରୋ: ମୁମ୍ବାଇର ମଲାଦ ପୋଲିସ ବଲିଉଡ ଅଭିନେତା ତଥା ଫିଲ୍ମ କ୍ରିଟିକ୍ କମାଲ ଆର ଖାନ (କେଆରକେ)ଙ୍କୁ ଗିରଫ କରିଛି। ୨୦୨୦ ରେ କରାଯାଇଥିବା ଏକ ବିବାଦୀୟ ଟ୍ୱିଟ୍ ପାଇଁ ତାଙ୍କୁ ଗିରଫ କରାଯାଇଛି। ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ପରେ ମୁମ୍ବାଇ ପୋଲିସ ଦଳ ତାଙ୍କୁ ଗିରଫ କରିଛି। ତାଙ୍କୁ ବର୍ତ୍ତମାନ ଆଜି ବୋରିଭାଲି କୋର୍ଟରେ ହାଜର କରାଯିବାର ସୂଚନା ରହିଛି ।

Advertisment

କମାଲ ରସିଦ ଖାନ ପ୍ରାୟତଃ ବଲିଉଡର ବଡ ତାରକାମାନଙ୍କୁ ସମାଲୋଚନା କରନ୍ତି । ସେଥିପାଇଁ ତାଙ୍କୁ ଅନେକ ସମୟରେ ପରିହାସ ହେବାକୁ ମଧ୍ୟ ପଡେ । । ଏହା ବ୍ୟତୀତ, ସେ ପ୍ରତ୍ୟେକ ଚଳଚ୍ଚିତ୍ର ଉପରେ ସମୀକ୍ଷା କରନ୍ତି । ୨୦୨୦ସେ କରିଥିବା ଏକ ଟ୍ୱିଟକୁ ନେଇ ତାଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ, କେଆରକେ ଧର୍ମକୁ ନେଇ ଏକାଧିକ ବିବାଦୀୟ ଟ୍ୱିଟ୍ କରିଥିଲେ । ଏହାସହ ଦିବଙ୍ଗତ ଅଭିନେତା ଋଷି କପୁର ଓ ଇରଫାନ ଖାନଙ୍କ ବିରୋଧରେ ମଧ୍ୟ ବିବାଦୀୟ ଟପ୍ପଣୀ ଦେଇଥିଲେ । ଏହାକୁ ବିରୋଧରେ କରି ଯୁବ ସେନାର ସଦସ୍ୟ ରାହୁଲ କନାଲ ମାମଲା ଦାଏର କରିଥିଲେ । ସେ ସମୟରେ କେଅରକେଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା । ଏବେ ଏହି ମାମଲାକୁ ପୁନଃବିଚାରକୁ ନିଆଯାଇ କେଆରକୁ ଗିରଫ କରିଛି ମୁମ୍ବାଇ ପୋଲିସ ।