ସୁଶାନ୍ତ ସିଂ ରାଜପୁତଙ୍କ ସହ ଅଭିନୟ କରିଥିବ ଆସିଫ ବସରାଙ୍କ ଆତ୍ମହତ୍ୟା ! ଧର୍ମଶାଳାସ୍ଥିତ ବାସଭବନରୁ ଆଶିଫଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ

2,192

କନକ ବ୍ୟୁରୋ : ଆତ୍ମହତ୍ୟା କଲେ ବଲିଉଡ ଅଭିନେତା ଆସିଫ ବସରା । ହିମାଚଳ ପ୍ରଜଦେଶର ଧର୍ମଶାଳାରେ ଥିବା ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି । ଘର ଭିତରୁ ଆଶିଫଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଖବର ପାଇବା ପରେ ଫରେନ୍ସିକ ଟିମ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଆସିଫ କାହିଁକି ଆତ୍ମହତ୍ୟା କରିଛନ୍ତି ତାହାର କୌଣସି ସୂଚନା ମିଳିପାରିନାହିଁ । ତେବେ ଆସିଫ ଆତ୍ମହତ୍ୟା କରିଛନ୍ତି ନା ନାହିଁ ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

କୁହାଯାଉଛି ଯେ ଆସିଫ ୫ ବର୍ଷ ହେବ ମୌକ୍ଲୋଗଡଗଞ୍ଜରେ ଭଡା ଘରେ ରହୁଥିଲେ । ତାଙ୍କ ସହ ତାଙ୍କର ଜଣେ ବିଦେଶୀ ମହିଳା ବନ୍ଧୁ ମଧ୍ୟ ରହୁଥିଲେ । ଆଶିଫ ଆଜି ଦ୍ୱିପହରେ ତାଙ୍କ ପୋଷା କୁକୁରକୁ ବାହାରକୁ ବୁଲେଇବାକୁ ନେଇଥିଲେ । ପରେ ସେହି କୁକୁର ରଶିରେ ଫାଶି ଲଗାଇଥିବା ଲୋକମାନେ କହିଛନ୍ତି । ପ୍ରାଥମିକ ତଦନ୍ତରୁ ଆଶିଫ ଡିପ୍ରେସନରେ ଥିବା ଜଣାପଡିଛି ।

ଆସିଫ ବଲିଉଡରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ବ୍ଲାକ ଫ୍ରାଇଡେ, ଜବ ୱି ମେଟ, ଲମ୍୍ହା, କାଇ ପୋଚେ ଓ ପାତାଲ ଲୋକ ଭଳି ୱେବ ସିରିଜରେ ନଜର ଆସିଛନ୍ତି ।