ଓଡିଶା ମୋ ପରିବାର ସଂଯୋଜକ ସୁବାଷ ମହାରଣାଙ୍କୁ ପ୍ରଶଂସା କଲେ ବଲିଉଡ ଅଭିନେତା ଅକ୍ଷୟ କୁମାର 

354

କନକ ବ୍ୟୁରୋ: ଓଡିଶା ମୋ ପରିବାରର ସଂଯୋଜକ ସୁବାଷ ମହାରଣାଙ୍କୁ ପ୍ରଶଂସା କଲେ ବଲିଉଡ ଅଭିନେତା ଅକ୍ଷୟ କୁମାର । ତାଙ୍କର ଜଣେ ବ୍ୟକ୍ତିଗତ କର୍ମଚାରୀଙ୍କ ପତ୍ନୀଙ୍କୁ ଚିକିତ୍ସା ସହାୟତା ଯୋଗାଇ ଥିବାରୁ ଅକ୍ଷୟ କୁମାର ତାଙ୍କୁ କୃତଜ୍ଞତା ଜଣାଇଥିଲେ । ଏହାସହ ଏକ କୃତଜ୍ଞତା ପତ୍ର ଲେଖିଥିଲେ ।

ଗତ ମେ ୬ ତାରିଖରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଓଡିଶା ମୋ ପରିବାର ଆବାହକ ଅରୁପ ପଟ୍ଟନାୟକଙ୍କୁ ଟେଲିଫୋନ କରି ତାଙ୍କର ଜଣେ ବ୍ୟକ୍ତିଗତ କର୍ମଚାରୀ ଟୁଟୁ ଭୂୟାଁଙ୍କ ପତ୍ନୀ ସଙ୍ଗୀତା ଭୂୟାଁ ବ୍ରହ୍ମପୁର ମେଡିକାଲରେ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହୋଇଥିଲେ । ୪/୫ ଘଣ୍ଟା ବିତିଯାଇଥିଲେ ମଧ୍ୟ  ସେଠାରୁ କୌଣସି ଖବର ଆସିନଥିଲା ।

ଏହାପରେ ଓଡିଶା ମୋ ପରିବାର ଆବାହକ, ଗଞ୍ଜାମ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାଷ ମହାରାଣାଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରାଇଥିଲେ । ଏହାପରେ ସୁବାଷ ମହାରଣା ବ୍ରହ୍ମପୁର ମେଡିକାଲରେ ପହଞ୍ଚି ସଙ୍ଗୀତା ଭୂୟାଁଙ୍କୁ ଯଥା ସମ୍ଭବ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ ।

ଅସ୍ତ୍ରୋପଚାର ସଫଳ ହେବା ପରେ ଏ ବିଷୟରେ ଅକ୍ଷୟ କୁମାରଙ୍କୁ ଜଣାଇ ଦିଆଯାଇଥିଲା । ସୁବାଷ ମହାରଣାଙ୍କ ସଠିକ ଓ ତ୍ୱରିତ ପଦକ୍ଷେପ ପାଇଁ ତାଙ୍କୁ ପ୍ରଶଂସା କରିଥିଲେ ଅକ୍ଷୟ କୁମାର ।